ଓଡ଼ିଶା ଲିଡ୍ସ(ଦଶରଥପୁର):ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ଓ ଶାଖା କାଣୀ ନଦୀରେ ଘାଇ ହେବା ପରେ ଏହି ବ୍ଲକରେ ସର୍ବାଧିକ କ୍ଷୟ କ୍ଷତି ହୋଇଛି । ଏବେ ବନ୍ୟା ଜଳ କମିଛି କିନ୍ତୁ ଘରକୁ ଫେରି ନାହାନ୍ତି ବନ୍ୟା ବିପନ୍ନ। ବନ୍ୟାର ୬ ଦିନ ପରେ ବି ବିପନ୍ନମାନଙ୍କୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ପାଲ ମିଳିନାହିଁ । ବର୍ଷା ହେଉଥିଲା ବେଳେ ପାଲ ମିଳିନଥିବାରୁ ବନ୍ୟାବିପନ୍ନ ଆଜି ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ତରପଦା ପଞ୍ଚାୟତର ଶତାଧିକ ଲୋକେ ଆଜି ସକାଳୁ ଦଶରଥପୁର ତହସିଲଦାରଙ୍କୁ ଘେରାଉ କରିବା ସହ ଧାରଣାରେ ବସିଥିଲେ। ଦୀର୍ଘ ସମୟ ପରେ ତହସିଲଦାର ଶୁଭ୍ରାଂଶୁ ଶେଖର ସାହୁଙ୍କୁ ଘେରାଉ ପରେ ତହସିଲଦାର ତଦନ୍ତ କରାଯାଇଛି ସମସ୍ତ ବିପନ୍ନଙ୍କୁ ପାଲ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସୂଚନା ଥାଉକି ଘାଇଟି ତରପଦା ପଞ୍ଚାୟତରେ
ହୋଇଥିବାରୁ ଏହି ପଞ୍ଚାୟତର ସର୍ବାଧିକ କ୍ଷତି ଘଟିଛି। ଏଯାବତ ଲୋକେ ଘରକୁ ଫେରି ନଥିବାବେଳେ ଛାତ ଉପରେ ବନ୍ଧ ଉପରେ ରହୁଛନ୍ତି। ଧାରଣା ପରେ ଆବଶ୍ୟକ ଅନୁସାରେ ପାଲ ପ୍ରଦାନ କରାଯିବାଫଳରେ ଧାରଣା ଉଠିଥିଲା।




















