ଓଡ଼ିଶା ଲିଡ୍ସ(ବରୀ): ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକମକୁ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବରୀ ବ୍ଲକ ସିଡ଼ିପିଓ ତରଙ୍ଗିନୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଆଜି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ଉକ୍ତ ପ୍ରତିଯୋଗୀତାରେ ଉଭୟ ଯୁକ୍ତ ୩ ଓ ଯୁକ୍ତ ୨ର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ଡିବେଟ ଓ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଯୁକ୍ତ ୨ ବିଭାଗରେ କୁଇଜ ପ୍ରତିଯୋଗିତାରେ ମଧୁଶ୍ମିତା ମହାନ୍ତି ପ୍ରଥମ, ଶେଖର କୁମାର ବେହେରା ଦ୍ଵିତୀୟ ଓ ପାୟଲ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୋଷ୍ଟର ପ୍ରତିଯୋଗିତାରେ ସୁଲଗ୍ନା ପଣ୍ଡା, ମଧୁଶ୍ମିତା ମହାନ୍ତି ଓ ବିଦୁସ୍ମିତା ପ୍ରତିଙ୍କ ସହିତ ପ୍ରିୟଦର୍ଶିନୀ କର ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଡିବେଟ ପ୍ରତିଯୋଗିତାରେ ପୂର୍ଣ୍ଣିମା ତ୍ରିପାଠୀ, ବିଦୁସ୍ମିତା ପତି ଓ ଅର୍ଚ୍ଚିତା ଜେନା ପ୍ରଥମରୁ ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ ।
ଯୁକ୍ତ ୩ ବିଭାଗରେ କୁଇଜ ପ୍ରତିଯୋଗିତାରେ ହିମାନୀ ସାହୁ ପ୍ରଥମ, ଶୁଭସ୍ମିତା ସାମଲ ଦ୍ଵିତୀୟ ଓ ଦୀପାରାଣୀ ସେଠୀ ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ । ସେହିଭଳି ପୋଷ୍ଟର ପ୍ରତିଯୋଗିତାରେ ଅନୁଷ୍କା ଖୁଣ୍ଟିଆ ପ୍ରଥମ, ସୁଧୃତି ଜେନା ଦ୍ଵିତୀୟ ଓ ପ୍ରଜ୍ଞା ପରମିତା ଜେନା ଓ ଶୁଭସ୍ମିତା ସାମଲ ଯୁଗ୍ମ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ଡିବେଟ ପ୍ରତିଯୋଗୀତାରେ ସୁଧୃତି ଜେନା ପ୍ରଥମ, ଦ୍ଵିତୀୟ ସ୍ଥାନରେ ଦେଵ ପ୍ରସାଦ ତ୍ରିପାଠୀ ଓ ତୃତୀୟ ସ୍ଥାନରେ ସୋନାଲି ମହାନ୍ତି କୃତକାର୍ଯ୍ୟ ହୋଇ ମାନପତ୍ର ସହିତ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ଼ ରାକେଶ କୁମାର ପରମାଣିକ ସଂଯୋଜନା କରିଥିଲା ବେଳେ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।



















