ଓଡ଼ିଶା ଲିଡ୍ସ(ଦଶରଥପୁର): ଦଶରଥପୁର ପଞ୍ଚାୟତର କବିସାହିର ଅବସରପ୍ରାପ୍ତ ସୈନିକ ସ୍ୱର୍ଗତ କୈଳାଶ ଚନ୍ଦ୍ର କବିଙ୍କ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଯାଜପୁର ବିଧାୟିକା ସୁଜାତା ସାହୁ,ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର, ସମିତି ସଭ୍ୟ ପ୍ରଶାନ୍ତ ମଲ୍ଲିକ, ମହେଶ୍ୱର ସାହୁ, ଅବସରପ୍ରାପ୍ତ ସୈନିକ ସଙ୍ଘର ସଭାପତି ଶ୍ରୀକାନ୍ତ ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଦିବଙ୍ଗତ କବିଙ୍କ ବ୍ୟକ୍ତିତ୍ୱ ଓ ଜୀବନୀ ଉପରେ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁନା ସାହୁ, ପ୍ରଫୁଲ୍ଲ ରାଉତ, ସୟେଦ ବଫାତୁଲା, ଦିପକ ବେହେରାଙ୍କ ସମେତ ବହୁ ଅବସରପ୍ରାପ୍ତ ସୈନିକ, ପରିବାର ବର୍ଗ ଓ ଗ୍ରାମବାସୀ ଯୋଗ ଦେଇଥିଲେ।




















