ଓଡ଼ିଶା ଲିଡ୍ସ(ଯାଜପୁର): ଆସନ୍ତା କାଲି ସାବିତ୍ରୀ ବ୍ରତ ପାଇଁ ଯାଜପୁର ଟାଉନ ବଜାରରେ ଭିଡ଼ ଅସମ୍ଭାଳ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସହରର ବଡ଼ ବଜାର ଓ ସାନ ବଜାରରେ ସର୍ବାଧିକ ଭିଡ଼ ହୋଇଛି । ଏହା ସହରର ପ୍ରମୁଖ ବ୍ୟବସାୟ କେନ୍ଦ୍ର । ଏଠାରେ ବହୁ ସଂଖ୍ୟାରେ ଲୁଗା ଦୋକାନ, ପୂଜା ଭଣ୍ଡାର ଓ ଫଳ ଦୋକାନ ରହିଛି । ଏହା ସହିତ ଗାନ୍ଧି ଛକରେ ଥିବା ଫଳ ଦୋକାନ ସହିତ ଅନ୍ୟ ଫଳ ଦୋକାନ ମାନଙ୍କରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ବେଳେ କୌଣସି ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।




















