ଓଡ଼ିଶା ଲିଡ୍ସ(ଯାଜପୁର): ନିଜ ନିର୍ବାଚନ ମଣ୍ଡଳୀର ଜଣେ ବୟସ୍କା ମହିଳାଙ୍କ ମୃତ୍ୟୁ ଖବର ପାଇ ସ୍ମଶାନ ଘାଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ଦାନଗଦୀ ବ୍ଲକ୍ ପଙ୍କପାଳ ପଞ୍ଚାୟତର ନୀଳମଣିଦେଇପୁର ଶାସନ ଗ୍ରାମର ମନ୍ମଥ ଶତପଥୀଙ୍କ ମାଆ କମଳା ଶତପଥୀଙ୍କ ଦେହାନ୍ତ ହୋଇଥିଲା । ଏହି ଖବର ଶୁଣି ଶ୍ମଶାନ ଘାଟରେ ପହଁଚି ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ଏହି ଦୁଃଖଦ ସମୟରେ ପ୍ରଭୁ ଶ୍ରୀଜଗନ୍ନାଥ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାହାସ ଓ ଶକ୍ତି ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।




















