orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ଜିଲ୍ଲା > ଯାଜପୁର > ଚାପରେ ଚାପି ହୋଇ ନଯାଉ ଅରିଜିତଙ୍କ ପରିବାରର ସ୍ୱର

ଚାପରେ ଚାପି ହୋଇ ନଯାଉ ଅରିଜିତଙ୍କ ପରିବାରର ସ୍ୱର

ଓଡ଼ିଶା ଲିଡ୍ସ(ଯାଜପୁର): ଧର୍ମଶାଳା ଥାନା ଜାରକାର ଅଜୟ କୁମାର ଜେନାଙ୍କ ଏକ ମାତ୍ର ୨୨ ବର୍ଷୀୟ ପୁଅ ଅରିଜିତ ଜେନା । ଏକ କ୍ରସରରେ କାମ କରୁଥିଲା ବେଳେ ଅର୍ଥ ହେରଫେର ଅଭିଯୋଗରେ ତାଙ୍କ ଉପରେ ହୋଇଥିଲା ବର୍ବରୋଚିତ ଆକ୍ରମଣ । ଲୁହା ରଡ଼ରେ ଅତି ନୃଶଂସ ଭାବେ ତାଙ୍କୁ ମାଡ଼ ମରାଯାଇଥିଲା । କେବଳ ସେତିକିରେ ସନ୍ତୁଷ୍ଟ ହୋଇ ନଥିଲେ ଆକ୍ରମଣକାରୀ । ତାଙ୍କ ଉପରେ ଗରମ ତେଲ ମଧ୍ୟ ଢଳା ଯାଇଥିଲା । ତାଙ୍କ ଉପରେ ଅତ୍ୟାଚାର ସୀମା ଟପିଥିଲା । ତାଙ୍କୁ ବହୁ ଉଦ୍ୟମ ପରେ ପରିବାର ଲୋକେ ଉଦ୍ଧାର କରି ଚିକତ୍ସା କରୁଥିଲା ବେଳେ ଶ୍ରମିକ ଦିବସ ଦିନ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ଏଭଳି ଭାବେ ମାଡ଼ ମାରି ମାରିଦେବା ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ଯଦି ସେ ଅର୍ଥ ତୋଷରପାତ କରିଥିଲେ ତେବେ ସମ୍ପୃକ୍ତ କ୍ରସର ମାଲିକ ତାଙ୍କ ପରିବାରକୁ କହି ପାରି ଥାଆନ୍ତେ, ନ ହେଲେ ଆଇନର ଆଶ୍ରୟ ନେଇ ଥାଆନ୍ତେ । ସେପରି ନ କରି ଅତି ନିଷ୍ଠୁର ଆଚରଣ ଦେଖାଇଛନ୍ତି । ମୃତ ଅରିଜିତ ମାତ୍ର ତିନି ମାସ ହେଲା ପଦ୍ମାବତୀ କ୍ରସରରେ କାର୍ଯ୍ୟ କରୁଥିଲେ । ଏହି କ୍ରସରକୁ ଜ୍ଞାନ ରଞ୍ଜନ ମହାପାତ୍ର ଚଳାଉଥିଲେ । ଗତ ୨୭ ତାରିଖରୁ ଅରିଜିତଙ୍କ ସହିତ ତାଙ୍କ ପରିବାରର ଲୋକେ ସମ୍ପର୍କ କରି ପାରିନଥିଲେ । ଏହା ପରେ ପରିବାର ଲୋକେ କ୍ରସରରେ ପହଞ୍ଚିଥିଲେ । ମାଲିକ ଅରିଜିତଙ୍କୁ ତାଙ୍କ ଆରୁହା ସ୍ଥିତ ଘରକୁ ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ପୁଅକୁ ସେଠାରେ ଅତି ନିର୍ଦ୍ଧୟ ଭାବେ ମାଡ଼ ମରା ଯାଇଥିବା ଦେଖିବାକୁ ପାଇଥିଲେ । କାକୁତି ମିନତି କରି ଅରିଜିତଙ୍କୁ ଘରକୁ ଆଣିଥିଲେ ପରିବାର ଲୋକେ । ହେଲେ ଚିକିତ୍ସା କରି ମଧ୍ୟ ବଞ୍ଚାଇ ପାରି ନଥିଲେ । ଶେଷରେ ଗତ ଏକ ତାରିଖ ଦିନ ଆଖି ବୁଝିଥିଲେ ଅରିଜିତ । ଏ ନେଇ ଅରିଜିତଙ୍କ ବାପା ଧର୍ମଶାଳା ଥାନାରେ ଜ୍ଞାନରଞ୍ଜନ ମହାପାତ୍ର, ତାଙ୍କ ଭଣଜା ଓ ମ୍ୟାନେଜରଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଏକ ମାତ୍ର ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି ଅରିଜିତଙ୍କ ପରିବାର । ଥାନାରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି ତାଙ୍କ ବାପା । ହେଲେ ତାଙ୍କୁ ନ୍ୟାୟ ମିଳିବ ତ ? ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ପ୍ରଭାବଶାଳୀ ଏହି କ୍ରସର ବ୍ୟବସାୟୀ ମାନେ ବିଗତ ଦିନରେ ଆଇନକୁ ଦଳି ମକଚି ଦେବାର ବହୁ ନଜିର ରହିଛି । ନ୍ୟାୟ ପାଇବାକୁ ଚିତ୍କାର କରି ବହୁ କଣ୍ଠ ଶୁଖି ଯାଇଛି ତ ଆଉ କାହାର କଣ୍ଠରୋଧ କରାଯାଇଛି । ନା ଅଭିଯୋଗ କାରୀଙ୍କ ସ୍ୱର ପ୍ରଶାନ କାନରେ ପଡିଛି ନା ପ୍ରତିପତ୍ତିଶାଳୀ ଓ କ୍ଷମତାଶାଳୀ ମାଲିକ ମାନେ ଶୁଣିଛନ୍ତି । କ୍ଷମତା ଓ ଅର୍ଥର ଚକ୍ରବ୍ୟୁହ ମଧ୍ୟରେ ମୃତକଙ୍କ ପରିବାରର ଦାବି ହଜି ଯାଇଛି । ଅକଥନୀୟ ନିର୍ଯ୍ୟାତନା ସହି ନପାରି ମୃତ୍ୟୁ ବରଣ କରିଥିବା ଅରିଜିତଙ୍କ ପରିବାର ଆଜି ତାଙ୍କୁ ହରାଇ ଆଖିରୁ ଲୁହ ଝରାଉଛନ୍ତି । ତାଙ୍କ ପରିବାର ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଥିଲା ବେଳେ ପ୍ରଶାସନ ତାଙ୍କୁ ନ୍ୟାୟ ଦେବ ତ ?

Leave a comment

Your email address will not be published. Required fields are marked *