orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ରାଜ୍ୟ > ଡ୍ୟାନିଙ୍କ ଗୋଟି ଚାଳନା: ବିଜେପି ଚକିତ, ବିଜେଡିରେ ଉତ୍ସାହ

ଡ୍ୟାନିଙ୍କ ଗୋଟି ଚାଳନା: ବିଜେପି ଚକିତ, ବିଜେଡିରେ ଉତ୍ସାହ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଧୁରୀଣ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସୁପୁତ୍ର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଡ୍ୟାନି ନାମରେ ସାରା ରାଜ୍ୟରେ ପରିଚିତ । ଏକଦା ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯାଜପୁର ଜିଲ୍ଲାରେ ବିଜେଡିକୁ ତୃଣମୂଳ ସ୍ଥରରୁ ସଙ୍ଗଠିତ କରିବା ସହିତ ରାଜ୍ୟରେ ଯାଜପୁର ଜିଲ୍ଲାକୁ ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ କରିଥିଲେ । ତାଙ୍କ ସୁପୁତ୍ର ଡ୍ୟାନି କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ରାଜନୈତିକ ଜୀବନ ଆରମ୍ଭ କରି ପରେ ସୁକିନ୍ଦାରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜ୍ୟ ସରକାରରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱରେ ରହି ନିଜ ବିଭାଗକୁ ବେଶ କ୍ରିୟାଶୀଳ କରିଥିଲେ । ସୁନ୍ଦରଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେଇ ଦଳକୁ ସଫଳତାର ସିଡ଼ି ଚଢାଇଥିଲେ । ଜଣେ ଅତ୍ୟନ୍ତ ମେଳାପି ଓ ଦୃଢ଼ ସଂଗଠକ ଭାବେ ସେ ନିଜର ଭିନ୍ନ ରାଜନୈତିକ ପରିଚୟ ସାରା ରାଜ୍ୟରେ ସୃଷ୍ଟି କରିଛନ୍ତି । ନିଜର ସ୍ଵଭାବ ସୁଲଭ ଢଙ୍ଗରେ ଅନାବଶ୍ୟକ ମନ୍ତବ୍ୟ ଦେବା କିମ୍ବା ଗଣ ମାଧ୍ୟମ ଆଗରେ ବାରମ୍ବାର ବିବୃତ୍ତି ଦେବାରୁ ଦୂରରେ ରୁହନ୍ତି । ନିଜ ନିର୍ବାଚନ ମଣ୍ଡଳୀର ବୁଭିନ୍ନ ସମସ୍ୟା ସହିତ ଜଡିତ ରହିବା ଓ ଲୋକଙ୍କ ସହିତ ମିଶିବାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ନିର୍ବାଚନରେ ପରାଜୟ ପରେ ବିଗତ ଦିନରେ ବହୁ ଆଗଧାଡ଼ିର ନେତା ଓ କର୍ମୀ ତାଙ୍କ ହାତ ଛାଡିଛନ୍ତି । ହେଲେ ସେ ସେମାନଙ୍କୁ ଫେରାଇ ଆଣିବାକୁ କୌଣସି ଉଦ୍ୟମ ନକରିବା ସମସ୍ତଙ୍କୁ ଚକିତ କରିଛି । ଯେଉଁ ମାନେ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କ ପାଇଁ ସେ ବିଗତ ଦିନରେ ନିନ୍ଦିତ ହୋଇଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୁହଁ ମଧ୍ୟ ଖୋଲି ନାହାନ୍ତି । ହେଲେ ନିଜ କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ଅନ୍ୟାୟ ହେଲା ବେଳେ ସରକାର ଓ ପ୍ରଶାସନକୁ ନିଜର ଉଗ୍ରରୂପ ଦେଖାଇବାରେ ଅବହେଳା କରି ନାହାନ୍ତି ।

ଗତ ଦୁଇଦିନ ତଳେ ଜିଲ୍ଲା ବିଜେଡିରେ ଭୂକମ୍ପ ଦେଖିବାକୁ ମିଳିଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସହିତ ୧୮ ଜଣ ସଭ୍ୟ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ଏହା ଭିତରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇଜଣ ସାମିଲ ଥିଲେ । ଅନ୍ୟ ନିର୍ବାଚନ ମଣ୍ଡଳୀର ସଭ୍ୟ ସଭ୍ୟା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲା ବେଳେ ସମସ୍ତେ ନିରବ ବସିଛନ୍ତି । ହେଲେ ଡ୍ୟାନି କିନ୍ତୁ ନିରବ ବସି ନଥିଲେ । ସାମାନ୍ୟ ଅସୁସ୍ଥତା ଭିତରେ ରଣନୀତି ଆଙ୍କି ବିଜେପିକୁ ଚକମା ଦେଇଛନ୍ତି । ଦାନଗଦି ବ୍ଳକର ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବୃଙ୍କୁ ଦଳକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ଏହା ଦ୍ୱାରା ତାଙ୍କ ସାଙ୍ଗଠନିକ ଦକ୍ଷତା ଓ ଦଳ ପ୍ରତି ଥିବା ପ୍ରତିବଦ୍ଧତାକୁ ମଧ୍ୟ ପ୍ରମାଣିତ କରିଛନ୍ତି ।

ଅନ୍ୟ ପକ୍ଷରେ ବିଜେଡି ଗଡ଼ରେ କମ୍ପନ ସୃଷ୍ଟି କରି ବିଜେପି ଖୁସି ମନାଉଥିଲା ବେଳେ ଡ୍ୟାନିଙ୍କ ଏହି ଚତୁର ଗୋଟି ଚାଳନା ବିଜେଡି ମହଲରେ ଆଶା ଓ ଉତ୍ସାହ ଭରିଥିଲା ବେଳେ ବିଜେପିକୁ ଚକିତ କରିଦେଇଛି । ଉଭୟ ଦଳର କର୍ମୀ କିନ୍ତୁ ଗୋଟିଏ ମତ ଦେଉଛନ୍ତି ଡ୍ୟାନିଙ୍କ ଦ୍ୱାରା ଏହା ସମ୍ଭବ । ଏହି ଗୋଟି ଚାଳନାରେ ଡ୍ୟାନି କିନ୍ତୁ ଏକ ବାର୍ତ୍ତା ଛାଡିଛନ୍ତି ତାହା ହେଲା ମୁଁ ଯେଉଁ ମାନଙ୍କ ଠାରୁ ମୁହଁ ଫେରାଇ ନେଇଛି ସେମାନଙ୍କୁ ବିଜେପି ନେଲେ ମୋର କୌଣସି ମତଲବ ନାହିଁ ହେଲେ ଯେଉଁ ମାନେ ମୋ ସହିତ, ଦଳ ଶହିତ ଲୋକଙ୍କ ସହିତ ଅଛନ୍ତି ସେମାନଙ୍କ ଉପରେ ନଜର ପକାଇଲେ ମୁଁ ଛାଡ଼ିବି ନାହିଁ । ଯାହାର ଝଲକ ଗତକାଲି ଦେଖାଇ କେବଳ ଯାଜପୁର ଜିଲ୍ଲା ନୁହେଁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ।

Leave a comment

Your email address will not be published. Required fields are marked *