ଓଡ଼ିଶା ଲିଡ୍ସ(ଯାଜପୁର): ବରୀ-ବାଗଦା ନିକଟରେ କାର ଦୁର୍ଘଟଣାରେ ଏକ ଗର୍ଭବତୀ ଗାଈର ଶୋଚନୀୟ ମୃତ୍ୟୁ ହୋଇଛି । ଗାଈଟି ଘରକୁ ଫେରୁଥିଲା ବେଳେ ଏକ ଦ୍ରୁତଗାମୀ କାର ତାକୁ ବାଡେଇ ଦେଇଥିଲା । ଘଟଣା ସ୍ଥଳରେ ହିଁ ଗାଈଟିର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରଟିକୁ ଜବତ କରି ଥାନାକୁ ନେଇଥିବା ଜଣାଇଛି । ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲା ବେଳେ ହମ୍ପସ ନିର୍ମାଣ ପାଇଁ ଦାବି ହେଉଥିଲା ବେଳେ ପୂର୍ତ୍ତ ବିଭାଗ ଏଥି ପ୍ରତି ନଜର ଦେଉନାହିଁ ।




















