ଓଡ଼ିଶା ଲିଡ୍ସ(ଯାଜପୁର): ଜାତୀୟ ରାଜପଥ ଅଧିନରେ ଯାଉଥିବା କୁଆଖିଆ-ବରୁଆଁ-ଯାଜପୁର ରାସ୍ତାର ଯାଜପୁର ସନ୍ନିକଟ ଲଳିତେଶ୍ୱର ନଗର ବଉଳମୂଳ ଛକ ନିକଟ ରାସ୍ତାରେ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଗାଡି ଚାଳକଙ୍କ ପାଇଁ ଏହା ସମସ୍ୟାର କାରଣ ହୋଇଛି । ବର୍ଷା ହେବା ଫଳରେ ପାଣି ଜମି ଏହି ଖାଲ ଦିନକୁ ଦିନ ବୃଦ୍ଧି ପାଇ ଦୁର୍ଘଟଣାର କାରଣ ହେଉଛି । ତୁରନ୍ତ ଏହି ବ୍ୟସ୍ତ ବହୁଳ ରାସ୍ତାର ଏହି ଖାଲକୁ ମରାମତି କରିବାକୁ ଦାବି ହୋଇଛି । ଏହା ସହିତ ଏହି ଛକରେ ଥିବା ହମ୍ପସର ପୁନଃନିର୍ମାଣ ପାଇଁ ମଧ୍ୟ ଦାବି ହୋଇଛି ।




















