ଓଡିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ପକ୍ଷରୁ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ କେନ୍ଦ୍ରର ସହଯୋଗରେ ଏକ ଆନିମିଆ (ରକ୍ତହୀନତା) ପରୀକ୍ଷା ଶିବିର ଆୟୋଜିତ ହୋଇ ଯାଇଛି । ଶିବିରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ଓ କର୍ମଚାରୀ ରକ୍ତହୀନତା ପରୀକ୍ଷା କରାଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପୂର୍ବତନ ପିଜିସି ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ପିଜିସି ପ୍ରଫେସର ସନ୍ତୋଷ ଅଗ୍ରୱାଲ, ସହକାରୀ ଅଧ୍ୟାପକ ଡ. ବିଶ୍ୱଜିତ ପାତ୍ର, ମାନସ ପତ୍ରୀ, ଦେବଦତ୍ତ ଦାସ, ଡ. ସତ୍ୟବ୍ରତ ନନ୍ଦ ଓ ଡ. ମିନତି ମିଶ୍ର ପ୍ରମୁଖ ନିଜ ରକ୍ତ ପରୀକ୍ଷା କରାଇ ଶିବିରରେ ଅଂଶଗ୍ରହଣ କରିଥିଲେ। ଆଲୁମିନି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ରକ୍ତହୀନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ପ୍ରାରମ୍ଭିକ ସ୍ତରରେ ରୋଗ ଚିହ୍ନଟ କରିବା ଓ ସୁସ୍ଥ ଜୀବନଶୈଳୀ ପ୍ରତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ। ଶିବିରରେ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।




















