ଓଡ଼ିଶା ଲିଡ୍ସ(ଯାଜପୁର): ସୁଜନପୁର ଠାରୁ ରୁଦ୍ରପୁରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଫଳରେ ଏହା ପଥଚାରୀଙ୍କ ପାଇଁ ବିପଦର କାରଣ ହୋଇଛି । ଏହି ରାସ୍ତା ଦେଇ ଦୈନିକ ଶହଶହ ସଂଖ୍ୟାରେ ଜନସାଧରଣ ଗତାଗତ କରୁଛନ୍ତି । ଏହା ସହିତ ବହୁ ସଂଖ୍ୟାରେ ବାଇକ, କାର ଓ ଭରିଯାନ ମଧ୍ୟ ଗତାଗତ କରୁଛି । ରାସ୍ତା ସାରା ଖାଲଖମା ପୂର୍ଣ୍ଣ ହୋଇଥିଲା ବେଳେ ଏବେ ବର୍ଷା ହେବାରୁ ଏହି ସବୁ ଖାଲରେ ବର୍ଷା ପାଣି ଜମି ରହିଛି । ଫଳରେ ଗାଡିଚାଳକ ମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏନେଇ ବାରମ୍ବାର ଯାଜପୁର ଜିଲ୍ଲା ପ୍ରଶାସନ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଯାଜପୁର ବ୍ଲକ୍ ପ୍ରଶାସନକୁ ଜଣାଇବା ସତ୍ବେ ଏହି ରାସ୍ତାର ମରାମତି କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଆଗକୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଏହି ରାସ୍ତାକୁ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।




















