ଓଡ଼ିଶା ଲିଡ୍ସ(ଯାଜପୁର): ଲଘୁଚାପ ପ୍ରଭାବରେ ଯାଜପୁର ଜିଲ୍ଲାରେ ଶନିବାର ରାତିରୁ ଲଗାଣ ବର୍ଷା ଜାରି ରହିଛି । କିଛି ଦିନର ବିରାମ ପରେ ପୁଣି ଲଘୁଚାପ ବର୍ଷା ହୋଇଥିବାରୁ ଜନ ସାଧାରଣ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଗତ ରାତିରୁ ଆରମ୍ଭ ହୋଇଥିବା ବର୍ଷା ଆଜି ମଧ୍ୟାହ୍ନ ରେ ଛାଡିଛି । ଆଗକୁ ବଡ଼ ବର୍ଷାର ସମ୍ଭାବନା ମଧ୍ୟ ରହିଛି ।




















