ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତର ମଶାଖାଇ ଗ୍ରାମରେ ଆୟୋଜିତ ୧୦ମ ବାର୍ଷିକ ଖ୍ରୀଷ୍ଟିୟ ଉଦ୍ଦୀପନା ସଭାରେ ଯୋଗଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯିବା ସହିତ ସଭାମଞ୍ଚକୁ ପାଛୋଟି ନେଇଥିଲେ । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସାରେ ପ୍ରେମ, ସେବା ଓ ଭାଇଚାରାର ସନ୍ଦେଶ ସମାଜକୁ ଶୃଙ୍ଖଳିତ କରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ ଇଂ ଘଡାଇ ।




















