ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୁରୀ ସହର ବାସିନ୍ଦା ଅମ୍ରିତ ମହାପାତ୍ର ଚଳିତ ୟୁପିଏସସି ପରୀକ୍ଷାରେ ୧୨୧ ସ୍ଥାନରେ ଉତ୍ତୀର୍ଣ ହୋଇଛନ୍ତି । ସେ ରାଜ୍ୟ ସହିତ ପୁରୀ ପାଇଁ ସୁନାମ ଆଣିଛନ୍ତି । ପୁରୀ ସହରରୁ ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସୌଭାଗ୍ୟ ଅର୍ଜ୍ଜନ କରିଥିବା ଅମ୍ରିତ ହେଉଛନ୍ତି ପୁରୀର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କ ପୁତ୍ର। ତାଙ୍କୁ ପରୀକ୍ଷା ସମୟରେ ପୁରୀ ଶ୍ରୀମନ୍ଦିର ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।




















