ନବୀନଙ୍କୁ ସାଂସଦ ମନମୋହନଙ୍କ ଟାର୍ଗେଟ୍
ଓଡ଼ିଶା ଲିଡ୍ସ(ବ୍ୟୁରୋ): କକ୍ରୋଚ ଜନତା ପାର୍ଟିକୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ କରିବା ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ । ସାଂସଦ ଶ୍ରୀ ସାମଲ କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଗ ହରା ହୋଇଯାଇଛନ୍ତି । ସେ କେତେବେଳେ କେଉଁ ପ୍ରସଙ୍ଗ ଉଠାଇବେ ଜାଣି ପାରୁନାହାନ୍ତି । କିଛି ଆତ୍ମଘୋଷିତ ନେତା ଦେଶ ସ୍ୱାର୍ଥଠାରୁ ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅରାଷ୍ଟ୍ରୀୟ ଶକ୍ତିକୁ ସମର୍ଥନ କରିବାକୁ ହଜମ କରିବେନି ରାଜ୍ୟବାସୀ । ଦେଶରେ ରହି ଦେଶ ବିରୋଧରେ କହିଲେ କେହି ହଜମ କରିବେ ନାହିଁ । କିଛି ଆତ୍ମଘୋଷିତ ନେତା ଦେଶ ସ୍ୱାର୍ଥଠାରୁ ନିଜ ସ୍ୱାର୍ଥକୁ ଅଧିକ ଭାବୁଛନ୍ତି ବୋଲି କହି ନବୀନଙ୍କୁ କଡା ଆକ୍ଷେପ କରିଛନ୍ତି ସାଂସଦ ମନମୋହନ ସାମଲ ।



















