ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ବରରେ ଦୁର୍ଗାଙ୍କ ଭସାଣ କାର୍ଯ୍ୟକ୍ରମକୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି ଭୁବନେଶ୍ୱର ଡିସିପି । ଶୋଭାଯାତ୍ରାରେ ଡିଜେ ବଜାଇବା ଉପରେ ରୋକ ଲଗାଇବା ସହିତ ଏହାକୁ ଅବମାନନା କଲେ ଫୌଜଦାରୀ ମାମଲାର ସମ୍ମୁଖୀନ ହେବାର ଚେତାବନୀ ଦେଇଛନ୍ତି ଡିସିପି । ଭୁବନେଶ୍ୱରରେ ଆଇନଶୃଙ୍ଖଳା ପାଇଁ ୪୮ ପ୍ଲାଟୁନ୍ ପୋଲିସ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି । ୯ଟି ସ୍ଥାନରେ ରାବଣ ପୋଡ଼ି ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି କହିଛନ୍ତି ।



















