ଓଡ଼ିଶା ଲିଡ୍ସ(ବ୍ୟୁରୋ): ପ୍ରତି ଓଡ଼ିଆଙ୍କ ଭାବାବେଗ ସହିତ ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଦେବ ଓ ଦେବୀ ଶୁଭଦ୍ରା ଜଡିତ । ମହାପ୍ରଭୁଙ୍କ ମାନବୀୟ ଲୀଳା-ଖେଳାର ଅନନ୍ୟ ସଂଗମ ହେଉଛି ‘ଚନ୍ଦନ ଯାତ୍ରା’। ପବିତ୍ର ନରେନ୍ଦ୍ର ପୁଷ୍କରିଣୀର ଶୀତଳ ଜଳରାଶିରେ ଶ୍ରୀଜୀଉ ଦିବ୍ୟ ଚାପ ବିହାର କରୁଛନ୍ତି । ହଜାର ହଜାର ଶ୍ରଦ୍ଧାଳୁ ନରେନ୍ଦ୍ର ପୁଷ୍କରିଣୀରେ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ ଯାତ୍ରା ଉପଭୋଗ କରିବା ସହିତ ଆଶିର୍ବାଦ କାମନା କରୁଛନ୍ତି । ଏଥିପାଇଁ ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି ।




















