Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ପ୍ରାୟୋଜିତ ବନାମ ସ୍ୱତପ୍ରବୃତ୍ତ: ଅରବିନ୍ଦଙ୍କୁ ନିଲମ୍ବନ କରି ଅକଳରେ ନବୀନ

ପ୍ରାୟୋଜିତ ବନାମ ସ୍ୱତପ୍ରବୃତ୍ତ: ଅରବିନ୍ଦଙ୍କୁ ନିଲମ୍ବନ କରି ଅକଳରେ ନବୀନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦୀର୍ଘ ୨୪ ବର୍ଷ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ବହୁ ବରିଷ୍ଠ ନେତାଙ୍କୁ ଦଳରୁ ବାହାର ରାସ୍ତା ଦେଖାଇ ଦେଇଛନ୍ତି । ହେଲେ କେହି ଏହାର ଖୋଲା ଖୋଲି ପ୍ରତିରୋଧ କରିବାର ସାହାସ ଜୁଟାଇ ପାରି ନାହାନ୍ତି । ହେଲେ ମାତ୍ର ୧୯ ମାସର ବିଧାୟକ ଅରବିନ୍ଦ ମହାପାତ୍ର ତାଙ୍କ ବିରୁଦ୍ଧରେ ଅନ୍ୟାୟ ହୋଇଥିବା କହି ଏହାର ପ୍ରତିବାଦ କରିଛନ୍ତି । ଜଣେ ନୂଆ ବିଧାୟକ ହୋଇଥିଲା ବେଳେ ବିଧାନସଭାରେ ବେଶ ପ୍ରଭାବୀ ପ୍ରଦର୍ଶନ କରି ରାଜ୍ୟବାସୀଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି ଅରବିନ୍ଦ । ହେଲେ କେଉଁ କାରଣରୁ ନବୀନ ତାଙ୍କୁ ଦଳରୁ ନିଲମ୍ବିତ କଲେ ତାହା କିନ୍ତୁ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଦଳ ପକ୍ଷରୁ ବିଭିନ୍ନ ନେତା ଅରବିନ୍ଦଙ୍କ ନିଲମ୍ବନକୁ ନେଇ ବିଭିନ୍ନ ସ୍ପଷ୍ଟିକରଣ ଦେଇଥିଲେ ମଧ୍ୟ ତାହା ନା ଅରବିନ୍ଦ ନା ତାଙ୍କ ସମର୍ଥକ ନା ରାଜ୍ୟବାସୀ କାହାକୁ ସନ୍ତୁଷ୍ଟ କରି ପାରି ନଥିଲା । ଅରବିନ୍ଦ ଦଳ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ଦଳ କହୁଥିଲା ବେଳେ ପ୍ରକୃତରେ ଅରବିନ୍ଦଙ୍କ ବିରୁଦ୍ଧରେ ଦଳର ଜଣେ ବରିଷ୍ଠ ନେତା ଚକ୍ରାନ୍ତ କରୁଥିବା ନେଇ ଧିରେ ଧିରେ ସ୍ପଷ୍ଟ ହୋଇଥିଲା । ଯାହାକୁ ନେଇ ଦଳ ଏକ ପ୍ରକାର ଅକଳରେ ପଡି ଯାଇଥିଲା ।

ବିଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନିଲମ୍ବନ ନେଇ ମୁହଁ ଖୋଲୁନଥିବା କିମ୍ବା ସ୍ୱଳ୍ପ ପ୍ରତିକ୍ରିୟା ଦେଉଥିବା ନବୀନଙ୍କୁ ଏ ନେଇ ପ୍ରତିକ୍ରିୟା ଦେବାକୁ ଯେମିତି ଅରବିନ୍ଦ ବାଧ୍ୟ କରିଦେଇଥିଲେ । ଆରମ୍ଭ ହୋଇଥିଲା ପ୍ରାୟୋଜିତ କାର୍ଯ୍ୟକ୍ରମ । ପାଟକୁରା ନିର୍ବାଚନ ମଣ୍ଡଳୀରୁ ଶତାଧିକ କର୍ମୀ ନବୀନ ନିବାସ ଆସି ନବୀନଙ୍କ ନିଷ୍ପତ୍ତିକୁ ସମର୍ଥନ କରି ନାରାବାଜି କଲେ । ନବୀନ ବାହାରକୁ ଆସି ସ୍ୱଳ୍ପ ବିବୃତି ଦେଲେ । ଏହା ଅରବିନ୍ଦଙ୍କ ବିରୋଧୀଙ୍କୁ ସନ୍ତୁଷ୍ଟ କରିଥିଲା ବେଳେ ସମର୍ଥକଙ୍କୁ ବେଶ କ୍ଷୁବ୍ଧ କରିଦେଇଥିଲା । ଏହି ପ୍ରୟୋଜିତ କାର୍ଯ୍ୟକ୍ରମ ପରେ କିନ୍ତୁ ଅରବିନ୍ଦଙ୍କ ସମର୍ଥକଙ୍କ ସ୍ୱତପ୍ରବୃତ୍ତ କାର୍ଯ୍ୟକ୍ରମ ଆୟୋଜନ କରି ହଜାର ହଜାର ସଂଖ୍ୟାରେ ନବୀନ ନିବାସ ଆସି ନବୀନଙ୍କୁ ଜବାବ ମାଗିଥିଲେ । ଯାହା ବିଜେଡି ଇତିହାସରେ କେବେ ଦେଖିବାକୁ ମିଳିନଥିଲା । ଦଳର କିଛି ନେତା ନବୀନ ନିବାସ ଯାଇ ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ । ହେଲେ ଏହି ଅସନ୍ତୁଷ୍ଟ କର୍ମୀଙ୍କୁ ନବୀନ କିନ୍ତୁ ଭେଟି ନଥିଲେ କି କୌଣସି ବିବୃତି ଦେଇ ନଥିଲେ । ଯାହା ହଜାର ହଜାର କର୍ମୀଙ୍କୁ କେବଳ ନିରାଶ ନୁହେଁ କ୍ଷୁବ୍ଧ ବି କରିଥିଲା । କର୍ମୀମାନେ ଦଳର ବିଭିନ୍ନ ନେତାଙ୍କୁ ଆକ୍ଷେପ କରିବାକୁ କିନ୍ତୁ ପଛାଇ ନଥିଲେ ।

ଅରବିନ୍ଦଙ୍କୁ ନିଲମ୍ବନ କରି ସାରା ରାଜ୍ୟରେ ଜଣେ ଚର୍ଚ୍ଚିତ ଯୁବ ନେତା ଭାବେ ଭିନ୍ନ ପରିଚୟ ଦେଇ ସାରିଥିବା ନବୀନ କିନ୍ତୁ ତାଙ୍କ ନିଲମ୍ବନ ପଛରେ ଥିବା କାରଣର ପ୍ରମାଣ କିନ୍ତୁ ନବୀନ ଦେଇ ପାରି ନାହାନ୍ତି । ଅନ୍ୟ ପକ୍ଷରେ ଅରବିନ୍ଦଙ୍କ ନିଲମ୍ବନ ପଛରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଭୂମିକା କିନ୍ତୁ ରାଜ୍ୟବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଅରବିନ୍ଦଙ୍କ ନିଲମ୍ବନ ଦଳ ଓ ନବୀନଙ୍କ ଭାବମୂର୍ତ୍ତି କିନ୍ତୁ ବେଶ କ୍ଷୁର୍ଣ୍ଣ କରି ଦେଇଛି ।

ବିଗତ ଦିନରେ ନବୀନଙ୍କ ଦ୍ୱାରା ଦଳରୁ ନିଲମ୍ବିତ ନେତା ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ହେଲେ ନବୀନ ନିବାସ ଆସି ନିଜ ଶକ୍ତି ପ୍ରଦର୍ଶନ କରିବାର ସାହାସ ଜୁଟାଇ ପାରି ନଥିଲେ । ଆଜକୁ ୨୪ ବର୍ଷ ତଳେ ରାଜ୍ୟର ଅନ୍ୟତମ ବରିଷ୍ଠ ରାଜନେତା ତଥା ଅରବିନ୍ଦଙ୍କ ପିତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀପତ୍ର ଦାଖଲର ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ କାଟି ଚକମା ଦେଇଥିଲେ ନବୀନ । ଦୀର୍ଘ ୨୪ ବର୍ଷ ପରେ ଇତିହାସର ପୁନରାବୃତ୍ତି କରିଛନ୍ତି ତାଙ୍କ ସୁପୁତ୍ର ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରି । ହେଲେ ବିଜୟଙ୍କ ପୁତ୍ର ଅରବିନ୍ଦ ମହାପାତ୍ର କିନ୍ତୁ ନିରବ ବସି ନାହାନ୍ତି । ଅତ୍ୟନ୍ତ ଶାଳୀନତା ଢଙ୍ଗରେ ନବୀନଙ୍କୁ ପ୍ରଶ୍ନ ବାଣରେ ଜର୍ଜରିତ କରି ସାରିଛନ୍ତି ଅରବିନ୍ଦ । ଆଗକୁ ଅରବିନ୍ଦଙ୍କ ନିଲମ୍ବନକୁ ନେଇ ଦଳରେ ବିବାଦ ଯେ ଥମିଯିବ ସେଭଳି ଆଶା କରିବା ମଧ୍ୟ ନିରର୍ଥକ । ଦଳର ବହୁ ନେତା ନବୀନଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରୁ ନଥିଲେ ମଧ୍ୟ ନୀରବତା ଅବଲମ୍ବନ କରୁଛନ୍ତି । ହେଲେ ନିର୍ବାଚନରେ ନିଜ ରାଜନୈତିକ ଶତ୍ରୁ ବିଜୟ ମହାପାତ୍ରଙ୍କ ପୁତ୍ର ଅରବିନ୍ଦଙ୍କୁ ଦଳୀୟ ଟିକେଟ ଦେଇ ବିଧାୟକ କରି ପୁଣି ତାଙ୍କୁ ଦଳରୁ ନିଲମ୍ବିତ କରିବା ନବୀନଙ୍କ ଭାବମୂର୍ତ୍ତିକୁ କିନ୍ତୁ କ୍ଷତ ବିକ୍ଷତ କରି ଦେଇଛି ।

Leave a comment

Your email address will not be published. Required fields are marked *