ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନରେ ବିଳମ୍ବ ହୋଇଛି। ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଯୋଗୁଁ ପ୍ରାୟ ଦେଢ଼ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ଭିତର କାଠ ନିକଟରେ ଛେପ ପଡିଥିବାରୁ ଶ୍ରୀଜିଉ ମାନଙ୍କର ବଡ଼ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ଛେପ ପଡିଥିବା ଦେଖିବାକୁ ମିଳିଥିଲା । ଚୂନ ପଡ଼ିବା ପରେ ପ୍ରାୟ ୯ ଟା ୫୦ ବେଳକୁ ମହାସ୍ନାନ ଶେଷ ହୋଇଥିଲା । ପରେ
ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।




















