orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁର ଜିଲ୍ଲାରେ ନିଶା କାରବାର ବୃଦ୍ଧି……..

ଯାଜପୁର ଜିଲ୍ଲାରେ ନିଶା କାରବାର ବୃଦ୍ଧି……..

ଅବକାରୀ, ପୋଲିସ ବିଭାଗ ନିରବ, ଟାର୍ଗେଟରେ ଯୁବ ଗୋଷ୍ଠି

ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ଏବେ ନିଶା ବେପାର ବଢି ଚାଲିଛି । ନିଶା ବେପାରୀ ଏବେ ଯୁବ ଗୋଷ୍ଠିକୁ ଟାର୍ଗେଟ କରିଛନ୍ତି । ଅଧିକରୁ ଅଧିକ ଯୁବକ ନିଶାଗ୍ରସ୍ତ ହେଲେ ନିଶା ବେପାରୀ ନିଜ ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇବା ସହିତ ଅଧିକ ଲାଭବାନ ହେବେ । ହେଲେ ଚିନ୍ତାର ବିଷୟ ଚୋରା ନିଶା କାରବାର ରୋକିବାର ଦାୟିତ୍ୱ ନେଇଥିବା ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିଶା ହେପାରୀଙ୍କୁ ନିରବ ସମର୍ଥନ ଦେଉଛି । ଯାହା ନିଶା ବେପାରୀଙ୍କୁ ଅଧିକ ଉତ୍ସାହିତ କରୁଛି । କେବଳ ମଦରେ ଆଉ ନିଶା ବେପାର ସୀମିତ ହୋଇ ରହିନାହିଁ । ମାରାତ୍ମକ ବ୍ରାଉନସୁଗାର, ଚୋରା ଦେଶୀମଦ, ଗଞ୍ଜେଇ, ହିରୋଇନ୍‌ ଓ ଚରସ ଭଳି ନିଶାଦ୍ରବ୍ୟ ସହର ଠାରୁ ନେଇ ଗାଁ ପର୍ଯ୍ୟନ୍ତ ଗଳିକନ୍ଦିରେ ପ୍ରଚୁର ପରିମାଣରେ ମିଳୁଛି। ସଞ୍ଜ ନଇଁଲେ ବିଭିନ୍ନ ପରିତ୍ୟକ୍ତ ଘର ଓ ଅନ୍ଧାରିଆ ସ୍ଥାନ ଗୁଡିକ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି । ସାଧାରଣ ଲୋକେ ସବୁ ଦେଖୁଥିଲା ବେଳେ ଏମାନଙ୍କୁ ବିରୋଧ କରିବାର ସାହାସ ଜୁଟାଇ ପାରୁ ନାହାନ୍ତି । ନିଶା ଶକ୍ତ ଯୁବକ ମାନେ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ ମଧ୍ୟ କରିବାକୁ ପଛାଉ ନାହାନ୍ତ । ବିଶେଷ କରି ଯାଜପୁର ଟାଉନ ଓ ବ୍ୟାସନଗର ସହରାଞ୍ଚଳ ଉପରେ ନିଶା ବେପାରୀ ଅଧିକ ଗୁରୁତ୍ୱ ଦେଉଛନ୍ତି । ବାଲେଶ୍ଵରରୁ ପୁରୀ ପର୍ଯ୍ୟନ୍ତ ଲମ୍ବିଥିବା ନିଶା କାରବାରର କରିଡରର ମଧ୍ୟସ୍ଥଳ ହେଉଛି ବ୍ୟାସନଗର । ବିଶେଷ କରି ଟ୍ରେନ ଯୋଗେ ଏହି ନିଶା ଦ୍ରବ୍ୟ ଚାଲାଣ ହେଉଥିବା ଆଲୋଚନା ହେଉଛି । ବ୍ୟାସନଗରରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଏହା ଅତ୍ୟନ୍ତ ଯୋଜନା ବଦ୍ଧ ଭାବେ ଚାଲାଣ ହେଉଛି । ଯାଜପୁର ଟାଉନ ଓ ବ୍ୟାସନଗରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଥିଲା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରର ପିଲା ଏଠାରେ ରହି ପାଠ ପଢୁଛନ୍ତି । ପିଲାମାନେ ବିଶେଷ କରି ବିଭିନ୍ନ ମେସରେ ରହି ପଢୁଥିବାରୁ ଏମାନଙ୍କୁ ଟାର୍ଗେଟ କରୁଛନ୍ତି ନିଶା ବେପାରୀ । ବିଶେଷ କରି ବିଭିନ୍ନ କଲେଜ ନିକଟରେ ଥିବା ପାନ ଦୋକାନ ଗୁଡିକରେ ନିଶା ଦ୍ରବ୍ୟ ବିକ୍ରୟ ହେଉଛି । ସିଗାରେଟ ନାମରେ ଗଞ୍ଜେଇ ସିଗାରେଟ ବିକ୍ରି ହେଉଛି । ଯୁବଗୋଷ୍ଠୀ ନିଶା ବେପାରୀଙ୍କ ମାୟାଜାଲରେ ଫସି ପଥଭ୍ରଷ୍ଟ ହେଉଛନ୍ତି। ନିଶାଗ୍ରସ୍ତ ହେବାରୁ ବହୁ ଯୁବକ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ନିଶା ଖାଇବାକୁ ଯୁବ ଗୋଷ୍ଠି ଚୋରି, ଡକାୟତି, ରାହାଜାନୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ନିଶା ଗ୍ରସ୍ତ ଯୁବକ ମାନଙ୍କ ପାଇଁ ବିଭିନ୍ନ ପରିବାରରେ ଅଶାନ୍ତିର ଝଡ଼ ବହୁଛି । ବିଭିନ୍ନ ସମୟରେ ଅବକାରୀ ବିଭାଗ ନାମକୁ ମାତ୍ର କେତେଜଣ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିଲା ବେଳେ ବେଲରେ ଆସି ପୁଣି ନିଜ ବ୍ୟବସାୟ ଚଳାଉଛନ୍ତି ନିଶା ବେପାରୀ । ଅବକାରୀ ବିଭାଗ ସହିତ ପୋଲିସ ବିଭାଗ ନିଶା କାରବାର ରୋକିବାକୁ ଯେତିକି ତତ୍ପର ହେବା କଥା, ସେତିକି ହେଉନାହିଁ। ଏହା ପଛରେ କି କାରଣ ଅଛି ତାକୁ ନେଇ ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି । ଚୋରା ନିଶା କାରବାର ରୋକିବାରେ ଅବକାରୀ ଗୁଇନ୍ଦା ବିଭାଗ ମଧ୍ୟ ଫେଲ ମାରିଛି । ଗୁଇନ୍ଦା ବିଭାଗ କିଭଳି ଚୋରା ନିଶା ବେପାରୀଙ୍କ ବିଷୟରେ ଜାଣି ପାରୁନାହିଁ ତାହା ମଧ୍ୟ ସମସ୍ତଙ୍କୁ ଚକିତ କରୁଛି । ଯେଉଁ ମାନେ ଏହି ମାରାତ୍ମକ ନିଶା କାରବାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ଓ ପୋଲିସ କେବେ ପଦକ୍ଷେପ ନେବ ତାକୁ ଅପେକ୍ଷା ।

Leave a comment

Your email address will not be published. Required fields are marked *