ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ସହର ସ୍ଥିତ ହକି ଷ୍ଟାଡିୟମ ନିକଟରେ ଆଜି ସକାଳୁ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା ଦେଖୁବାକୁ ମିଳିଛି । ହକି ଷ୍ଟାଡିୟମ ପାର୍ଶ୍ଵ ପାର୍କିଂ ସ୍ଥଳ ପାର୍ଶ୍ବର ଏକ ଗଛରେ ଜଣେ ଅଜଣା ବୃଦ୍ଧାଙ୍କର ମୃତ ଶରୀର ଝୁଲୁଥିବା ଦେଖିବାକୁ ମିଳିଥିଲା । ବୃଦ୍ଧଙ୍କ ଦୁଇ ଆଣ୍ଠୁ ମାଟି ସ୍ପର୍ଶ କରିଥିବାରୁ କେହି ତାଙ୍କୁ ହତ୍ୟା କରି ଏଠାରେ ଟଙ୍ଗାଇ ଦେଇଥିବା ସନ୍ଦେହ ହେଉଛି ।ଖବର ପାଇ ଘଟଣା ସ୍ଥଳରେ ଯାଜପୁର ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଯାଜପୁର ଟାଉନରେ ଚର୍ଚ୍ଚାର ବିଷୟ ହୋଇଛି ।




















