ଓଡ଼ିଶା ଲିଡ୍ସ(ଯାଜପୁର): ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ପୁରସ୍କୃତ କରିବା ସହିତ ଖେଳାଳି ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ।
କୋରେଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ଧବଳିଗିରି ସ୍ଥିତ ଯୋଗୀ ସାହି ଠାରେ, ଯୁବ ଶକ୍ତି କ୍ଳବ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ୮ମ ଯୋଗୀ ମୁଣ୍ଡା ମେମୋରୀୟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗଦେଇଥିଲେ ପୂର୍ବତନ ମନ୍ତ୍ରୀ । ଆୟୋଜକ ମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇ ପଡ଼ିଆକୁ ପାଛୋଟି ନିଆ ଯାଇଥିଲା । ଇଂ ଘଡାଇ ଖେଳାଳି ମାନଙ୍କ ସହିତ କର ମର୍ଦ୍ଧନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ଆମକୁ ସୁସ୍ଥ ରଖିବା ସହିତ ଭାଇଚାରା ଓ ବନ୍ଧୁତାର ସେତୁ ବନ୍ଧ ବାନ୍ଧେ ବୋଲି କହିଛନ୍ତି ଇଂ ଘଡାଇ ।




















