ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଥିଲା ବେଳେ ଶୀତ ରାଜ୍ୟବାସୀଙ୍କୁ ନୟାନ୍ତ କରୁଛି । ସଞ୍ଜ ନଇଁଲେ ଶୀତ ମାଡି ଆସୁଥିଲା ବେଳେ ବିଭିନ୍ନ ସ୍ଥାନରେ ଶୀତ ରେକର୍ଡ ଭାଙ୍ଗୁଛି । ଶୀତରେ ବୟସ୍କ ମାନଙ୍କ ସହିତ ଛୋଟ ଛୋଟ ପିଲା ବେଶି ପ୍ରଭାବିତ ହେଉଛନ୍ତି ।
ରାଜ୍ୟର ବିଭିନ୍ନ ଘରୋଇ ବିଦ୍ୟାଳୟ ଗୁଡିକ ସକାଳୁ ସ୍କୁଲ ଖୋଲୁଛନ୍ତି । ଫଳରେ ଛୋଟ ଛୋଟ ପିଲାମାନେ ପ୍ରବଳ ଶୀତରେ ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି । ଆଜି କଟକ ଜିଲ୍ଲା ପ୍ରଶାସନ ଶନିବାର ସ୍କୁଲ ସକାଳ ପରିବର୍ତ୍ତେ ଦିନ ୧୦ ଟାରେ ଖୋଲିବାକୁ ନିର୍ଦ୍ଦେଶ ଦେଇଛି । ଏପରି ସ୍ଥଳେ ଛୋଟ ଛୋଟ ପିଲାଙ୍କୁ ଶୀତ ଦାଉରୁ ରକ୍ଷା କରିବାକୁ ଘରୋଇ ବିଦ୍ୟାଳୟ ଗୁଡିକୁ ସକାଳ ପରିବର୍ତ୍ତେ ଦିନ ୧୦ଟାରେ ଖୋଲିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦକ୍ଷେପ ନେବାକୁ ଅବିଭାବକ ମହଲରେ ଦାବି ହୋଇଛି ।




















