ଓଡ଼ିଶା ଲିଡ୍ସ(ଯାଜପୁର): ଲୋକଙ୍କ ନିକଟତର ହୁଅ, ଲୋକଙ୍କ ସମସ୍ୟା ସହିତ ଜଡିତ ହୋଇ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କର ।ଦାନଗଦି ବ୍ଲକ୍ ରଣାଗୁଣ୍ଡି ପଞ୍ଚାୟତରେ ବରିଷ୍ଠ ବିଜେଡି କର୍ମକର୍ତ୍ତାମାନଙ୍କୁ ନେଇ ପଞ୍ଚାୟତ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ଆୟୋଜିତ ସାଂଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ।
ବୈଠକରେ ଯୋଗଦାନ କରିଥିବା ନେତୃମଣ୍ଡଳୀ ବିଜେପି ସରକାର ସମୟରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିକାଶ ପଛେଇ ଯିବା ନେଇ ମତବ୍ୟକ୍ତ କରିଥିଲେ । ଏହା ସହିତ ଦିନକୁ ଦିନ ସୁକିନ୍ଦାରେ ଭାଇଚାରା ସଂକଟରେ ପଡିଥିବା ନେଇ ମତ ପ୍ରକାଶ ପାଇଥିଲା ।




















