ଓଡ଼ିଶା ଲିଡ୍ସ(ବ୍ୟୁରୋ): ସରକାର ନିକଟରେ ସାରା ରାଜ୍ୟରେ ପାନ ମସଲା ଓ ଗୁଟଖା ବିକ୍ରୟ ଉପରେ ରୋକ ଲଗାଇଥିଲେ । ଯାହାକୁ ନେଇ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ବିଭିନ୍ନ ଦୋକାନ ଉପରେ ପୋଲିସ ଚଢ଼ାଉ କରିଥିଲା । ଯାହା ଫଳରେ ଚୋରା ବେପାରୀଙ୍କ ଠାରୁ ନେଇ ଖୁଚୁରା ବେପାରୀ ପାନ ମସଲା ଓ ଗୁଟଖାକୁ ଦୁଇଗୁଣ ମୂଲ୍ୟରେ ବିକ୍ରି କରିଥିଲେ । କିଛିଦିନ ପରେ ଏହାର ବିକ୍ରି ପୁଣି ସ୍ୱାଭାବିକ ହୋଇଛି । ହେଲେ ଏବେ ଗୁଟଖା ପରିମାଣ କମିଥିଲା ବେଳେ ମୂଲ୍ୟ କିନ୍ତୁ ବୃଦ୍ଧି ହୋଇଛି । ପୂର୍ବରୁ ଯେଉଁ ଗୁଟଖା ଯେଉଁ ପରିମାଣକୁ ୫ ଟଙ୍କାରେ ବିକ୍ରି କରାଯାଉଥିଲା ଏବେ ପରିମାଣ କମି ତାକୁ ୭ ଟଙ୍କାରେ ବିକ୍ରି କରାଯାଉଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି ।




















