ଓଡ଼ିଶା ଲିଡ୍ସ(ଦଶରଥପୁର) : ବିଷଧର ସାପ କାମୁଡ଼ାରେ ନବବଧୂଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦଶରଥପୁର ବ୍ଲକ ବିରୁହାଁ ଗ୍ରାମପଞ୍ଚାୟତ ଧୋଡା ଗ୍ରାମ ଦୈତାରୀ ଜେନାଙ୍କ ସ୍ତ୍ରୀ ତଅପୋଇ ଜେନା (୨୮)। ସେ ଘର ସମ୍ନାରେ କାମ କରୁଥିବାବେଳେ କୌଣସି ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା। ତାଙ୍କୁ ଯାଜପୁର ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦଶରଥପୁର ଥାନା ପକ୍ଷରୁ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି। ତାଙ୍କ ମର ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।




















