ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ ବର୍ତଣ୍ଡା ପଞ୍ଚାୟତର ଷୋଳପୁର ଗ୍ରାମର ମଙ୍ଗୁଳି ପ୍ରଧାନଙ୍କ ଝିଅ ନୀତୁ ପ୍ରଧାନ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜାତୀୟ ପାରା ଫେନ୍ସିଂ ଚାମ୍ପିଅନସିପର ବ୍ୟକ୍ତିଗତ ବିଭାଗରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ନିତୁଙ୍କ ଏହି ସଫଳତା ସମଗ୍ର ସୁକିନ୍ଦା ଅଞ୍ଚଳ ପାଇଁ ଗୌରବ ଆଣିଛି । ଏହି ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ନୀତୁଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ।




















