ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ସଡ଼କରେ ଦୁର୍ଘଟଣା ଘଟି ଗୋଟିଏ ବୋଲେରୋ ଓଲଟି ପଡିଛି । ବୋଲେରୋ ଟି ରାସ୍ତା କଡ଼ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ୧୦ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ପୁରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କର ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଗଂଜାମ ସୋରଡ଼ା ଅଞ୍ଚଳର ଗୋଟିଏ ପରିବାର ପୁରୀ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି ।




















