ଓଡିଶା ଲିଡ୍ସ(ଯାଜପୁର): ଆଜି ସନ୍ଧ୍ୟାରେ ବଡ଼ଚଣା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବରୀ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ପଳାଇଛି । ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ହୋଇ ରାସ୍ତାରେ ପଡିଥିଲା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ଯୁବକ ଜଣକ ରାମଚନ୍ଦ୍ରପୁର ଗ୍ରାମର ଅକ୍ଷୟ ବେଉରିଆଙ୍କ ସାନ ପୁଅ ସ୍ମୃତିରଞ୍ଜନ ବେଉରିଆ ବୋଲି ସୂଚନା ମିଳିଛି ।
