ଓଡ଼ିଶା ଲିଡ୍ସ(ବ୍ୟୁରୋ): ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କୁ ଜଣେ ଯୁବତୀ ନିଜ ଜଙ୍ଘରେ ଟାଟୁ କରିବା ଓ ସେହି ଫଟୋକୁ ନିଜ ମୋବାଇଲ ଷ୍ଟାଟସରେ ରଖିବା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଏହା ଗଭୀର ମର୍ମାହତ କରିଛି । ଭୁବନେଶ୍ୱରର ଏକ ଟାଟୁ ଦୋକାନରେ ଏହି ଟାଟୁ ହୋଇଥିବା ବେଳେ ଏହି ଫଟୋ ମହାପ୍ରଭୁଙ୍କ ପ୍ରତି ଅବମାନନା ହୋଇଥିଲା ବେଳେ ଏହା ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ଏ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ବେଳେ ବିଭିନ୍ନ ମହଲରୁ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ସମାଜସେବୀ ମୋହନ ମହାରଣା ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅବମାନନା । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଗଭୀର ମାନସିକ ଆଘାତ ଦେଉଛି । ତୁରନ୍ତ ଟାଟୁ କରିଥିବା ଯୁବକଙ୍କୁ ଗିରଫ କରିବା ସହିତ ଟାଟୁ ଦୋକାନକୁ ସିଲ କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
