ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା ୫ ତାରିଖ ଦିନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଦିନକୁ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରନ୍ତି । ଆଜି ବିଜେଡି ଏକ ପ୍ରେସ ବିବୃତିରେ କହିଛି ପଞ୍ଚାୟତିରାଜ ଦିବସକୁ ନେଇ ସରକାରଙ୍କ ପକ୍ଷରୁ କିଛି ପ୍ରସ୍ତୁତି ନାହିଁ । ରାଜ୍ୟରେ ପଞ୍ଚାୟତିରାଜ ଵ୍ୟଵସ୍ଥାକୁ ବିଜୁ ପଟ୍ଟନାୟକ ସୁଦୃଢ଼ କରିଥିଲେ । ମହିଳାଙ୍କୁ ପଞ୍ଚାୟତସ୍ତରରେ ସଂରକ୍ଷଣ ଦେବାରେ ବିଜୁ ପଟ୍ଟନାୟକ ଅଗ୍ରଣୀ ଭୂମିକା ନେଇଥିଲେ। ବିଜେଡି କହିଛି ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ସରକାର ତତ୍ପରତା ଦେଖାଇବାର ଆଵଶ୍ୟକତା ରହିଛି । ପୂଜ୍ୟପୂଜା ପରମ୍ପରାକୁ ସରକାର ସମ୍ମାନ ଦିଅନ୍ତୁ।
