ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ସହିତ ଭଲ ସଂପର୍କ ରଖିବା ଜରୁରୀ । ଏହା କହିଛନ୍ତି ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ । ସେ କହିଛନ୍ତି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ । ସେ ଆହୁରୀ କହିଛନ୍ତି ଅପପ୍ରଚାର ଯୋଗୁଁ ସମ୍ପର୍କରେ କିଛି ଫାଟ ଉପୁଜିଥିଲା ।
ଏଠାରେ ସୂଚନାଯୋଗ୍ୟ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ବିଦ୍ରୋହ ପରଠାରୁ ଦେଶ ପ୍ରଫେସର ମହମ୍ମଦ ୟୁନୁସଙ୍କ ଶାସନାଧିନ ରହିଛି। ତାଙ୍କ ସମୟରେ ପଡ଼ୋଶୀ ଭାରତ ସହ ସମ୍ପର୍କରେ ତିକ୍ତତା ଦେଖା ଦେଇଛି।
