ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇସ୍ରାଏଲ ଏଜେଣ୍ଡା ଉପରେ ନଜର କେନ୍ଦ୍ରୀଭୂତ କରିଛନ୍ତି । ଗାଜାରେ ବନ୍ଧକ ରଖାଯାଇଥିବା ଇସ୍ରାଏଲୀମାନଙ୍କୁ ଫେରାଇ ଆଣିବା ପାଇଁ ଟ୍ରମ୍ପ ଉଦ୍ୟମ ଆରମ୍ଭ କରି ହମାସକୁ ଏକ କଡ଼ା ଚେତାବନୀ ଦେଇଛନ୍ତି । ତୁରନ୍ତ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଟ୍ରମ୍ପ ହମାସ ଆତଙ୍କବାଦୀମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ଯଦି ସେମାନେ ଏହା ନକରନ୍ତି ତେବେ ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି ଟ୍ରମ୍ପ। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ବାର୍ତ୍ତା ଦେଇଛନ୍ତି ଟ୍ରମ୍ପ ।
ସେ ଲେଖିଛନ୍ତି ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ସହ ହତ୍ୟା କରିଥିବା ଲୋକଙ୍କ ମୃତଦେହକୁ ତୁରନ୍ତ ଫେରାଅ, ନଚେତ୍ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ। କେବଳ ମାନସିକ ବିକୃତ ଲୋକମାନେ ମୃତଦେହକୁ ନିଜ ପାଖରେ ରଖନ୍ତି ଏବଂ ତୁମେ ମାନେ ଜଣେ ଜଣେ ମାନସିକ ରୋଗୀ ବୋଲି ନିଜକୁ ପ୍ରମାଣିତ କରୁଛ । ମୁଁ ଇସ୍ରାଏଲକୁ ସହଯୋଗ କରୁଛି, ମୋ କଥା ଅନୁସାରେ ଯଦି ତୁମେ ମାନେ କାମ ନକର, ତେବେ ଜଣେ ହେଲେ ହମାସ ସଦସ୍ୟ ସୁରକ୍ଷିତ ରହିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଆମେରିକାର ବୈଦେଶିକ ବିଭାଗ ୧୯୯୭ ମସିହାରେ ହମାସକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛି ।