ଓଡ଼ିଶା ଲିଡ୍ସ(ଯାଜପୁର):ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟରେ ମହାବିଦ୍ୟାଳୟ ଓ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ବାଲ୍ଯବିବାହ ନିଷେଧ ଓ ନିୟନ୍ତ୍ରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ସାମୂହିକ ପ୍ରୟାସ ଓ ସଚେତନତା ହିଁ ବାଲ୍ଯବିବାହ ରୋକିବାର ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ଯ ବକ୍ତା ଭାବେ ବିଶିଷ୍ଠ ସ୍ତମ୍ଭକାର ତଥା ସମ୍ବାଦିକ ଓମ ପ୍ରକାଶ, ସମ୍ମାନୀତ ଅତିଥିଙ୍କ ମଧ୍ଯରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର , ବ୍ରହ୍ମବରଦା ସରପଞ୍ଚ ମମତା ଶୁଭଦର୍ଶିନୀ ଦେଓ, ବରିଷ୍ଠ ନାଗରିକ ବିପିନ ବିହାରୀ ଦେଓ, ଶିକ୍ଷାବିତ ଆଲ୍ଲାଉଦ୍ଦିନ ଖାନ, ପ୍ରଫୁଲ୍ଲ ଗିରି ଓ ଅମୂଲ୍ଯ ରାଉତ ପ୍ରମୁଖ ଯୋଗଦେଇ ନିଜନିଜର ମତାମତ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନର ଅଧ୍ୟାପକ ସୂର୍ଯ୍ୟକାନ୍ତ ରାଉତ କାର୍ଯ୍ୟକ୍ରମର ଆଭିମୁଖ୍ଯ ପ୍ରଦାନ କରିଥିବା ବେଳେ ସାମାଜିକ କର୍ମୀ ମଣ୍ଟୁ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମ ଅବସରରେରେ ଜାତୀୟ ପାରା କ୍ରୀଡାବିତ ସୋନାଲି ଓଝା ଓ ଦମୟନ୍ତୀ ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବାଲ୍ଯବିବାହ ନିଷେଧ ଓ ନିୟନ୍ତ୍ରଣ ଆଇନ ସଚେତନ ବିଷୟରେ ତର୍କ ପ୍ରତିଯୋଗିତାରେ ଶିକ୍ଷା ବିଭାଗର ସୌମ୍ୟା ସେଖ ପ୍ରଥମ, ଓଡ଼ିଆ ବିଭାଗର ସ୍ଥିତିପ୍ରଜ୍ଞା ପଣ୍ଡା ଦ୍ବିତୀୟ ସ୍ଥାନ ଓ ରାଜନିତୀ ବିଜ୍ଞାନ ବିଭାଗର ନୁରଜାହା ନସିମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ରୁପାଲି ଋତୁପର୍ଣା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
