ଓଡ଼ିଶା ଲିଡ୍ସ(ଯାଜପୁର):ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା-କୁଆଖିଆ ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଭିଜିଲାନ୍ସ ଜାଲରେ ପଡିଛନ୍ତି । ଶ୍ରୀ ମହାରଣା ଆଜି ଜଣେ ଠିକାଦାରଙ୍କ ନିକଟରୁ ୨ଲକ୍ଷ ୩ହଜାର ଟଙ୍କା ନେଇ ଏକ ହୁଣ୍ଡାଇ କାର ଯୋଗେ ଖୋର୍ଦ୍ଧା ସ୍ଥିତ ନିଜ ବାସ ସ୍ଥାନକୁ ଯାଉଥିବା ବେଳେ ଟାଙ୍ଗି ଟୋଲ ଗେଟ ନିକଟରେ ଧରା ପଡ଼ିଥିଲେ । ତାଙ୍କୁ ପିଛା କରୁଥିବା ଯାଜପୁର ଭିଜିଲାନ୍ସ ଟିମ ତାଙ୍କୁ ମାଡି ବସିଥିଲା। ତାଙ୍କ ନିକଟରେ ଥିବା ଟଙ୍କାର ପ୍ରମାଣ ନ ଦେଖେଇ ପାରିବାରୁ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୋର୍ଟ ଚାଲାଣ କରିଛନ୍ତି।
