orissaleads

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଟାଟୁ ବିବାଦ, ଦୁଇ ଗିରଫ

ଟାଟୁ ବିବାଦ, ଦୁଇ ଗିରଫ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍‌

୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍‌

Blog Post

orissaleads > ଜିଲ୍ଲା > ଯାଜପୁର > ଗୋ-ହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ ୨୦୨୪କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର

ଗୋ-ହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ ୨୦୨୪କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡ଼ିଶା ଲିଡ୍ସ(ଯାଜପୁର):ରାଜ୍ୟରେ ବେଆଇନ ଗୋ ଚାଲାଣ ବଢ଼ି ଚାଲିଛି। ସରକାର ପରିବର୍ତ୍ତନ ପରେ ଏ ନେଇ ସରକାର କିଛି ଠୋସ ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା ସମ୍ଭବ ହୋଇ ନାହିଁ ।

ଗୋ ଚାଲାଣ ବଢ଼ି ଚାଲିବା ସହିତ ଦୈନିକ ଗୋ ମାଂସ, ଚମଡା ଏବଂ ହାଡ ଚୋରା ଚାଲାଣ ଘଟଣା ଲୋକ ଲୋଚନକୁ ଆସୁଛି । ଓଡ଼ିଶାରେ ଗୋ ହତ୍ୟା ନିଷେଧ ଓ ଗୋ ସଂର6କ୍ଷଣ ବିଲ ୨୦୨୪କୁ ତୁରନ୍ତ ପାରିତ କରିବାକୁ ଯାଜପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳଙ୍କୁ ଗତକାଲି ଧର୍ମଶାଳାର ଗୋମାତା ସେବା ସଂଗଠନ ତରଫରୁ ଦାବି ପତ୍ର ପ୍ରଦାନ କରାଯାଇଛି । ତିନି ଦଫା ଦାବି ନେଇ ଗୋ ସେବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଏହି ବିଲ୍ ଲାଗୁ ହେଲେ ଗୋ-ବଂଶଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଦୃଢ ଓ ସଶକ୍ତ ହେବା ସହିତ ଏଥିରେ ଓଡ଼ିଶା ଗୋ-ସେବା ଆୟୋଗର ଗଠନ ପାଇଁ ପ୍ରସ୍ତାବ ରହିଛି ଯାହା ସ୍ୱଦେଶୀ ଗୋ-ବଂଶଙ୍କ ସଂରକ୍ଷଣ, ଗୋ ଆଧାରିତ ଅର୍ଥନୀତି ଓ ଜୈବିକ କୃଷିକୁ ପ୍ରୋତ୍ସାହିତ କରି ଓଡ଼ିଶାକୁ ଏକ ଉଦାହରଣ ରୂପେ ପ୍ରତିଷ୍ଠିତ କରି ପାରିବ । ତିନି ଦଫା ଦାବି ଗୁଡିକ ମଧ୍ୟରୁ ପ୍ରଥମତଃ ରାଜ୍ୟରେ ଗୋ-ହତ୍ୟାକୁ ନିଷେଧ କରିବା ପାଇଁ“ଓଡିଶା ଗୋ-ହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲ୍ ୨୦୨୪” କୁ ତୁରନ୍ତ ପାରିତ କରନ୍ତୁ । ଶ୍ରୀ ଜଗନ୍ନାଥଙ୍କ ଓଡ଼ିଶା ମାଟିକୁ ଗୋହତ୍ୟା କଳଙ୍କରୁ ମୁକ୍ତ କରନ୍ତୁ। ଦ୍ବିତୀୟତ ମହାରାଷ୍ଟ୍ର ଭଳି ଓଡ଼ିଶାରେ ଗୋମାତାଙ୍କୁ ରାଜ୍ୟ ମାତାର ମାନ୍ୟତା ଦିଆଯାଉ। ତୃତୀୟରେ ଗୋଚର ଜମିଗୁଡିକୁ ଜବରଦଖଲ ମୁକ୍ତ କରି ନିରାଶ୍ରୟ ଅସହାୟ ଓ ବୁଲା ଗୋ-ବଂଶମାନଙ୍କ ପାଇଁ ଗୋ-ଅଭୟାରଣ୍ୟ ଗଠନ କରାଯାଉ ବୋଲି ଦାବିରେ ଉଲ୍ଲେଖ କରାଯାଇଛି । ଏଥି ସହିତ ଯାଜପୁର ଜିଲ୍ଲାରେ ଦୈନିକ ବେଆଇନ ଭାବେ ପରିବହନ ହେଉଥିବା ଗୋରୁ ଏବଂ ବିଶେଷକରି ଧର୍ମଶାଳା ଥାନା ଅଧିନ ନେଉଳପୁର ଅଞ୍ଚଳରେ ଦୈନିକ ଗୋରୁ ମାନଙ୍କୁ ନିର୍ମମ ହତ୍ୟା କରି ତାହାର ହାଡ ଏବଂ ମାଂସକୁ ବାହାରକୁ ଚୋରା ଚାଲାଣ କରିବା ଘଟଣା ମଧ୍ୟ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲାପାଳ ଯାଜପୁର ଏସ୍ପିଙ୍କ ସହ ଏ ନେଇ ବିସ୍ତୃତ ଆଲୋଚନା କରିବାକୁ ପ୍ରତିଶୃତି ଦେଇଥିଲେ। ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଆହତ ଓ ମୃତ୍ୟୁ ବରଣ କରୁଥିବା ନିରୀହ ଗୋରୁ ମାନଙ୍କୁ କିପରି ତତ୍କାଳ ଚିକିତ୍ସା କରାଯାଇ ପାରିବ ଏନେଇ ଜାତୀୟ ରାଜପଥ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଗୋ ସେବକ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଥିଲେ । ଗୋ ସେବା ସଂଗଠନ ପକ୍ଷରୁ ବାମଦେବ ମିଶ୍ର, ସଞ୍ଜୟ କୁମାର ମିଶ୍ର, ପୀତବାସ ନାୟକ, ସବ୍ୟସାଚୀ ସାହୁ, ପ୍ରକାଶ ଗୋଛାୟତ, ବୈକୁଣ୍ଠ ନାଥଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

Leave a comment

Your email address will not be published. Required fields are marked *