Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ଯାଜପୁର ଜିଲ୍ଲାରେ ନିଶା କାରବାର ସହିତ ଦେହ ବ୍ୟବସାୟ ବୃଦ୍ଧି, ପୋଲିସ ନିରବ

ଯାଜପୁର ଜିଲ୍ଲାରେ ନିଶା କାରବାର ସହିତ ଦେହ ବ୍ୟବସାୟ ବୃଦ୍ଧି, ପୋଲିସ ନିରବ

ଓଡ଼ିଶା ଲିଡ୍ସ(ଯାଜପୁର): ପୋଲିସ କାର୍ଯ୍ୟାନୁଷ୍ଠାନ ନଥିବାରୁ ଯାଜପୁର ଜିଲ୍ଲାରେ ଦିନକୁ ଦିନ ଅନୈତିକ କାର୍ଯ୍ୟ ବୃଦ୍ଧି ପାଉଛି । ଯାହା ଜିଲ୍ଲାକୁ ନିନ୍ଦିତ କରୁଥିଲା ବେଳେ ଯୁବ ଗୋଷ୍ଠି ବିପଥଗାମୀ ହେଉଛନ୍ତି । କୋଲକାତା ରୁ ପୁରୀ ପର୍ଯ୍ୟନ୍ତ ଲମ୍ବିଥିବା ନିଶା କରିଡର ମଧ୍ୟ ସ୍ଥଳରେ ଯାଜପୁର ଜିଲ୍ଲା ରହିଛି । ରେଳପଥ ଓ ସଡ଼କ ପଥ ଦେଇ ନିଶା ଦ୍ରବ୍ୟ ଚୋରା ଚାଲାଣ ହେଉଥିଲା ବେଳେ ଚୋରା ଗଞ୍ଜେଇ ଓ ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା ଦ୍ରବ୍ୟ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲା ମେଲା ଭାବେ ବିକ୍ରି ହେଉଛି । ପ୍ରଥମେ ଏହା ସହରାଞ୍ଚଳରେ ବ୍ୟାପକ ଭାବେ ବିକ୍ରି ହେଉଥିଲା ବେଳେ ଏବେ ଗ୍ରାମାଞ୍ଚଳରେ ପହଞ୍ଚି ସାରିଲାଣି । ନିଶା ବେପାରୀ ନିଜ ବ୍ୟବସାୟର ଜାଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଛାଇ ସାରିଲେଣି । ଯୁବ ଗୋଷ୍ଠି ଏବେ ବିଭିନ୍ନ ମାରାତ୍ମକ ନିଶାର ଶିକାର ହୋଇ ସାରିଲେଣି । ଦିନକୁ ଦିନ ଏହି ଜାଲରେ ଅଧିକରୁ ଅଧିକ ଯୁବକ ଧରା ପଡୁଛନ୍ତି । ବିଶେଷ କରି ଛାତ୍ର ମାନଙ୍କୁ ଟାର୍ଗେଟ କରୁଛନ୍ତି ନିଶା ବେପାରୀ । ଆଉ ଥରେ ଏହି ଜାଲରେ ପଡିଲେ ସେଥିରୁ ବାହାରିବାର ବାଟ ପାଉ ନାହାଁନ୍ତି ଏହି ଛାତ୍ର ମାନେ । ବିଭିନ୍ନ ଦୋକାନ ମାନଙ୍କରେ ଗଞ୍ଜେଇ, ଗଞ୍ଜେଇ ଯୁକ୍ତ ସିଗାରେଟ ଖୋଲା ମେଲାରେ ବିକ୍ରି ହେଉଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ରାଉନ ସୁଗାର ମଧ୍ୟ ବିକ୍ରି ହେଉଛି । ଛାତ୍ର ଓ ଯୁବକ ଏହାକୁ ଅନ୍ୟାୟସରେ ନେଇ ସେବନ କରୁଛନ୍ତି । ହେଲେ ଏ ନେଇ ପୋଲିସ ଓ ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜି ଆଖି ବୁଜି ଦେଇଥିବାର ଅଭିଯୋଗ କରୁଛନ୍ତି ବୁଦ୍ଧିଜୀବି । ନିଶା କବଳରେ ପଡି ଛାତ୍ର ଓ ଯୁବକ ବାଟ ହୁଡୁଥିଲା ବେଳେ ନିଶା ବେପାରୀ କିନ୍ତୁ ମାଲେମାଲ ହେଉଛନ୍ତି । ଆଉ ଏହି ବ୍ୟବସାୟରୁ ହେଉଥିବା ଲାଭର ସିଂହଭାଗ ପୋଲିସ ଓ ଅବକାରୀ ବିଭାଗର ପକେଟକୁ ଯାଉଥିବାରୁ ଉଭୟ ବିଭାଗ ଚୁପ ରହୁଥିବା ଅଭିଯୋଗ ହେଉଛି ।

ନିଶା ବ୍ୟବସାୟ ପରେ ଏବେ ଜିଲ୍ଲାରେ କାୟା ମେଳାଇଛି ଦେହ ବ୍ୟବସାୟ । ବିଭିନ୍ନ ହୋଟେଲ, ଲଜ ଓ ମଣ୍ଡପ ଗୁଡିକରେ ଦେହ ବ୍ୟବସାୟ ଖୋଲା ମେଲାରେ ଚାଲିଛି। ବିଶେଷ କରି ମଣ୍ଡପ ଗୁଡିକରେ ରହିଥିବା ଲଜ ଗୁଡିକ ଦେହ ବ୍ୟବସାୟର ପେଣ୍ଠସ୍ଥଳ ସାଜିଛି । ଯୁବକ ଯୁବତୀ ମାନେ ଏଠାରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ବିଶେଷ କରି ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଯୁବତୀ ଓ ମହିଳା ଆସି ଦେହ ବ୍ୟବସାୟ କରୁଛନ୍ତି । ଏବେ ରାଜ୍ୟ ବାହାରୁ ମଧ୍ୟ ଯୁବତୀ ଓ ମହିଳା ଆସି ଏହି ବ୍ୟବସାୟରେ ସାମିଲ ହେଉଥିବା ଚର୍ଚ୍ଚା ହେଉଛି । ଆଉ ଜିଲ୍ଲାର ଯୁବକ ଓ ମଧ୍ୟ ବୟସ୍କ ଏମାନଙ୍କର ପ୍ରମୁଖ ଗରାଖ ସାଜିଛନ୍ତି । ହୋଟେଲ ଓ ଲଜ ଗୁଡିକ ପ୍ରଭାବଶାଳୀ ବ୍ୟକ୍ତିଙ୍କର ହୋଇଥିବାରୁ ପୋଲିସ ଏହା ଉପରେ ନଜର ଦେଉନଥିବା ଅଭିଯୋଗ ହୋଇଛି । ଏହା ବ୍ୟତିତ ବିଭିନ୍ନ ଥାନା ଅଧିନରେ ଥିବା ହୋଟେଲ ଓ ଲଜ ଗୁଡିକରୁ ପୋଲିସ ମାସିକିଆ ଚାନ୍ଦା ନେଉଥିବା ମଧ୍ୟ ଆଲୋଚନା ହେଉଛି । ଦୁଇଟି କାରଣ ପାଇଁ ପୋଲିସ ନିରବ ବସିବା ଜିଲ୍ଲାରେ ଦେହ ବ୍ୟବସାୟ ସଂପ୍ରସାରଣର ପ୍ରମୁଖ କାରଣ ହୋଇଥିଲା ବେଳେ ଏହା ଐତିହାସିକ, ସାଂସ୍କୃତିକ ଜିଲ୍ଲା ଯାଜପୁର ସୁନାମରେ ଆଞ୍ଚ ଆଣି ସାରିଛି । ଏ ନେଇ ପୋଲିସ ବିନା ଚାପରେ ଦୃଢ଼ ପଦକ୍ଷେପ ନେବା ଜରୁରୀ ହୋଇଛି ।

Leave a comment

Your email address will not be published. Required fields are marked *