ଓଡ଼ିଶା ଲିଡ୍ସ(ବ୍ୟୁରୋ): ୱାକଫ ବିଲ ବିବାଦ ବିଜୁ ଜନତା ଦଳ ମଧ୍ୟରେ କମ୍ପନ ସୃଷ୍ଟି କରିଥିଲା ବେଳେ ବିଜେଡି ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ବିବାଦ ଚରମ ସୀମାରେ ପହଞ୍ଚିଛି । ଦଳର ବିଭିନ୍ନ ଗୋଷ୍ଠି ପକ୍ଷରୁ ବିଭିନ୍ନ ସ୍ଥାନରେ ବୈଠକ ଚାଲିଥିଲା ବେଳେ ପଟିଆ ସ୍ଥିତ ଏକ ହୋଟେଲରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଥିବା ସୂଚନା ମିଳିଛି । ଏହି ଗୁପ୍ତ ବୈଠକରେ ବରିଷ୍ଠ ନେତାଙ୍କ ସହ ଯୁବ ବିଜେଡି ନେତା ମାନେ ମଧ୍ୟ ସାମିଲ ଥିବା ଜଣାଯାଇଛି । ବୈଠକରେ ପ୍ରସନ୍ନ ଆଚାର୍ଯ୍ୟ, ଭୂପିନ୍ଦର ସିଂ, ଶଶିଭୂଷଣ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ବଦ୍ରୀ ନାରାୟଣ ପାତ୍ର, ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା, ପ୍ରଭାତ ତ୍ରିପାଠୀ, ଅନଙ୍ଗ ଉଦୟ ସିଂଦେଓ, ରୁଦ୍ର ମହାରଥୀ, ରଜନୀକାନ୍ତ ସିଂ, ପ୍ରଫୁଲ୍ଲ ମଲ୍ଲିକ, ସରୋଜିନୀ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି ।
