Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ସୁକିନ୍ଦାରେ ସୀମା ଟପିଲାଣି ଗୁଣ୍ଡାରାଜ,ଶିକ୍ଷୟିତ୍ରୀଙ୍କୁ ହତ୍ୟା ଧମକ ଓ ଝିଅଙ୍କୁ ଦୁଷ୍କର୍ମ ଧମକ

ସୁକିନ୍ଦାରେ ସୀମା ଟପିଲାଣି ଗୁଣ୍ଡାରାଜ,ଶିକ୍ଷୟିତ୍ରୀଙ୍କୁ ହତ୍ୟା ଧମକ ଓ ଝିଅଙ୍କୁ ଦୁଷ୍କର୍ମ ଧମକ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିର୍ବାଚନ ପରଠାରୁ ସୁକିନ୍ଦା ଅଶାନ୍ତ ହୋଇଛି । ବିଜେପି କର୍ମୀ ଗୁଣ୍ଡାରାଜ ଚଳାଇଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେବା ସହିତ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଭିନ୍ନ ସମୟରେ ବିଜେଡି କର୍ମୀଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରାଯାଉଛି ତ ଅନ୍ୟ କେଉଁଠି ଚାନ୍ଦା ପାଇଁ ଆତଙ୍କ ସୃଷ୍ଟି କରାଯାଉଛି। ନିକଟରେ ଚାନ୍ଦା ପାଇଁ ରେଙ୍ଗାଲି କେନାଲ ଖନନ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କର୍ମଚାରୀଙ୍କୁ ଆକ୍ରମଣ କରାଯାଇଛି । ଚଳିତ ମାସ ୨୨ ତାରିଖ ଘଟଣା ସବୁ ସୀମା ଟପି ଯାଇଛି । ଘରେ ସ୍ୱାମୀ ନଥିଲା ବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା ଧମକ ଦେବା ସହିତ ଡେରି ରାତିରେ ପୁନର୍ବାର ତାଙ୍କ ଘରେ ପଶି ତାଙ୍କ ଦୁଇ ଝିଅଙ୍କୁ ଦୁଷ୍କର୍ମ କରିବା ଭଳି ଘୃଣ୍ୟ ଧମକ ଦେଇଛନ୍ତି ବିଜେପିର ତଥା କଥିତ ନେତା ଓ ଗୁଣ୍ଡା । ଧମକ ସମୟରେ ପୋଲିସ ଆମର କିଛି କରି ପାରିବ ନାହିଁ ବୋଲି ମଧ୍ୟ ଧମକ ଦେଇଛନ୍ତି । ଯାହାକୁ ନେଇ କେବଳ କାଳିଆପାଣି ପଞ୍ଚାୟତ ନୁହେଁ ସମଗ୍ର ସୁକିନ୍ଦାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଶିକ୍ଷୟିତ୍ରୀ ପ୍ରତିମା ସ୍ୱାଇଁ ତାଙ୍କ ଘରେ ଥିଲା ବେଳେ ସନ୍ଧ୍ୟା ସମୟରେ ମାନସ ସ୍ୱାଇଁ, ଦିନେଶ ବେହୁରା, ଶିଶିର ଗୋଚ୍ଛାୟତ, ଅଶୋକ ପ୍ରଧାନ ଓ ଶିଶିର ଗୋଚ୍ଛାୟତଙ୍କ ପତ୍ନୀ ତାଙ୍କ ଘରକୁ ଆସି ତାଙ୍କ ଚରିତ୍ରକୁ ଆକ୍ଷେପ କରିଥିଲେ । ସେ ଏହାର ବିରୋଧ କରିବାରୁ ଦିନେଶ ଉତକ୍ଷିପ୍ତ ହୋଇ ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଚରିତ୍ର ସଂହାର କରିଥିଲେ । ତାଙ୍କ ସ୍ୱାମୀ ଘରେ ଉପସ୍ଥିତ ନଥିବାରୁ ଦୁଇ ଝିଅଙ୍କ ସହିତ ସେ ଘର ଭିତରକୁ ଯାଇ କବାଟ ଦେଇ ଦେଇଥିଲେ । ହେଲେ ପଦାରେ ଥିବା ଲୋକମାନେ ତାଙ୍କ ଝିଅଙ୍କ ଚରିତ୍ର ନେଇ ଆକ୍ଷେପ କରିବାରୁ ସେ ପଦାକୁ ଆସି ତାର ବିରୋଧ କରିଥିଲେ । ହେଲେ ଦିନେଶ ତାଙ୍କୁ ଜୀବନରେ ମାରିଦେବାକୁ କହିଥିଲେ । ସେ ପୋଲିସରେ ଅଭିଯୋଗ କରିବାକୁ କହିବାରୁ ଯା ପୋଲିସ ମୋର କିଛି କରି ପାରିବ ନାହିଁ ବୋଲି କହିଥିଲେ । ଏହା ପରେ ମା ଓ ଦୁଇଝିଅ ଭୟରେ ଘରେ ରହିଥିଲେ । ପରଦିନ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଆସିଲା ପରେ ଏ ନେଇ ଆଲୋଚନା କରି ଘରେ ଥିଲା ବେଳେ ଦିନେଶଙ୍କ ବଡ଼ ପୁଅ ଅନ୍ୟ ପାଞ୍ଚ ଛଅ ଜଣ ଯୁବକଙ୍କ ସହିତ ବିଭିନ୍ନ ମାରଣାସ୍ତ୍ର ଧରି ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କୁ ଖୋଜିଥଲେ । ଶିକ୍ଷୟିତ୍ରୀ ମୋ ସ୍ୱାମୀଙ୍କୁ କାହିଁକି ଖୋଜୁଛ ବୋଲି ପଚାରିବାରୁ ଆମେ ତାକୁ ଟେକିନେବୁ ବୋଲି କହିଥିଲେ । ସେ ପ୍ରତିବାଦ କରିବାରୁ ଓ ତାଙ୍କ ଝିଅ ମୋବାଇଲରେ ପୋଲିସକୁ ଡାକିବାକୁ ଉଦ୍ୟମ କରିବାରୁ ମୋବାଇଲ ଭାଙ୍ଗି ଦେଇ ତୋ ଝିଅକୁ ଦୁଷ୍କର୍ମ କରିବୁ ବୋଲି ମଧ୍ୟ ଧମକ ଦେଇଥିଲେ । ବେଶ କିଛି ସମୟ ଧରି ଯୁବକ ମାନେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିଲେ । ଏହି ଘଟଣା ପରେ ଉକ୍ତ ପରିବାର ଅତ୍ୟନ୍ତ ଭୟ ଭିତ ଅବସ୍ଥାରେ ଥିବା ବେଳେ ପୋଲିସ ଏ ନେଇ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇଛି । ଏଠାରେ ପ୍ରଶ୍ନ ଉଠେ ଦୁଇ ଦୁଇ ଥର ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ଦୁଇ ଝିଅଙ୍କ ଚରିତ୍ର ସଂହାର କରି ହତ୍ୟା ସହିତ ଦୁଷ୍କର୍ମର ଧମକ ଦେଇଥିବା ଏହି ଆସାମାଜିକ ଯୁବକଙ୍କ ବିରୁଦ୍ଧରେ ପୋଲିସ ପଦକ୍ଷେପ ନେବ ନା ଚୁପ ବସିବ ।

Leave a comment

Your email address will not be published. Required fields are marked *