ଓଡ଼ିଶା ଲିଡ୍ସ(ଯାଜପୁର):ସିକ୍କିମକୁ ବୁଲିବାକୁ ଯାଇଥିବା ବ୍ୟାସନଗର ଅଞ୍ଚଳର ଲୋକମାନଙ୍କ ମଧ୍ୟରୁ କିଛି ଲୋକ ଦୁର୍ଘଟଣାର ଶିକାର ହୋଇଥିବା ଖବର ମିଳିଛି । ସେମାନଙ୍କ ମଧ୍ୟରୁ ଶ୍ରୀମତୀ ଇତିଶ୍ରୀ ଜେନା ଏବଂ ତାଙ୍କ ପରିବାରକୁ ନେଇ ଯାଉଥିବା ପର୍ଯ୍ୟଟକ ବସ ପ୍ରାୟ ଏକ ହଜାର ଫୁଟ ତଳକୁ ଖସି ତିସ୍ତା ନଦୀ ପଡିଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ । ଇତିଶ୍ରୀଙ୍କ ସହିତ ଅନ୍ୟ ମାନେ ନିଖୋଜ ଥିବା ଖବର ବ୍ୟାସନଗର ବାସୀଙ୍କ ସହିତ ମତେ ମଧ୍ୟ ମର୍ମାହତ କରିଛି । ସମସ୍ତଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ମା ବିରଜାଙ୍କ ନିକଟରେ ପ୍ରାର୍ଥନା କରୁଛି । ଏହି ଦୁଃଖଦ ସମୟରେ ପରିବାର ଏବଂ ବନ୍ଧୁ ବର୍ଗଙ୍କୁ ମୋର ସମବେଦନା ଜଣାଉଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
