ଓଡ଼ିଶା ଲିଡ୍ସ(ଯାଜପୁର): ବୁଲିବାକୁ ଯାଇଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ଅନ୍ୟ ନିଖୋଜଙ୍କ ପତା ପାଉ ନାହାଁନ୍ତି ଉଦ୍ଧାରକାରୀ ଦଳ। ଘଟଣା ଘଟିବାର ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ନିଖୋଜଙ୍କ ପତା ମିଳୁ ନଥିଲା ବେଳେ ପରିବାର ବର୍ଗଙ୍କ ସହିତ ବନ୍ଧୁ ପରିଜନ ଚିନ୍ତିତ ହୋଇ ପଡିଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷା କାରଣରୁ ତିସ୍ତା ନଦୀର ଜଳ ପତ୍ତନ ଦୃତ ଗତିରେ ବଢି ଚାଲିଛି । ପାଣି ବଢିବା ସହିତ ନଦୀ ସ୍ରୋତ ମଧ୍ୟ ତୀବ୍ର ହେଉଛି । ଏପରି ସ୍ଥଳେ ନଦୀରେ ପଡିଥିବା ଗାଡିକୁ କୂଳକୁ ଆଣିବାକୁ ସକ୍ଷମ ହେଉ ନାହାନ୍ତି ଉଦ୍ଧାରକାରୀ । ଏପଟେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ତଥାପି ଉଦ୍ଧାରକାରୀ ଦଳ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିବା ସୂଚନା ମିଳିଛି ।
