ଓଡ଼ିଶା ଲିଡ୍ସ(ଯାଜପୁର): ଧର୍ମଶାଳା ବ୍ଲକ କୁମାରୀ ଗ୍ରାମପଞ୍ଚାୟତ ଦେଉଳି ଭାଲୁଖାଇ ଠାରେ ମହାବୀରଙ୍କ ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରୀତି ନୀତି ଅନୁଯାୟୀ ହୋମ, ଯଜ୍ଞ ଓ ମନ୍ଦିର ସହିତ ବିଗ୍ରହ ପ୍ରତିଷ୍ଠା ହୋଇଥିଲା । ପୂଜକଙ୍କ ମନ୍ତ୍ର ପାଠ ସହିତ ହନୁମାନ ଚାଳିଶା ପାଠ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଦୈନିକ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ଆଶିର୍ବାଦ କାମନା କରିଥିଲେ । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦାନ କରି ଆଶିର୍ବାଦ କାମନା କରିଥିଲେ ।
