Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ମଣିଷ ପଣିଆର ନିଆରା ଚିତ୍ର, ବିପଦ ବେଳର ବନ୍ଧୁ ଡ୍ୟାନି

ମଣିଷ ପଣିଆର ନିଆରା ଚିତ୍ର, ବିପଦ ବେଳର ବନ୍ଧୁ ଡ୍ୟାନି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମଣିଷ ପଣିଆ ସମାଜରୁ ଦିନକୁ ଦିନ ହଜି ଯାଉଛି । ହେଲେ କିଛି ଲୋକଙ୍କ ନିକଟରେ ମଣିଷ ପଣିଆ ବଞ୍ଚି ରହିଛି । ବିପଦ ବେଳେ ପରିବାର ନିକଟରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା କେବଳ ନୁହେଁ, ସେହି ପରିବାରର ଜଣେ ସଦସ୍ୟଙ୍କ ଭଳି ଜୁଇ ଜଳିବା ବେଳେ ଆଖିକୁ ଓଦା କରି ସେଠାରେ ମନସ୍ତାପରେ ଛିଡା ହୋଇଥିବା ଭଳି ଘଟଣା କୋଚିତ ରାଜନେତାଙ୍କ ନିକଟରେ ଦେଖିବାକୁ ମିଳୁଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁକିନ୍ଦାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସମସ୍ତଙ୍କ ପ୍ରିୟ ଡ୍ୟାନି ଓ ଡ୍ୟାନି ଭାଇ ।

ଗତକାଲି ଖଣି ଅଞ୍ଚଳର ଦୁଇ ଜଣ ଯୁବକଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା । ଏହି ମୃତ୍ୟୁ ଖବର ଉଭୟଙ୍କ ପରିବାରକୁ ନୁହେଁ ପୁରା ଖଣି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା । ଏହି ଖବର ପାଇ ଭୁବନେଶ୍ୱରରୁ ଆସିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆସିବା ବେଳେ ଖବର ପାଇଲେ ଯାଜପୁର ରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ସଂଖ୍ୟାରେ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ତୁରନ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଚିକିତ୍ସା ବିଷୟରେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ଖଣି ଅଞ୍ଚଳକୁ ଯାଇଥିଲେ । ଖବର ପାଇଲେ ମୃତ ଦେହ ସ୍ମଶାନ ନିଆ ସରିଲାଣି । ସେଠାରୁ ସ୍ମଶାନ ଘାଟକୁ ଯାଇ ଉଭୟଙ୍କ ଶେଷ ଦର୍ଶନ କରି ଉଭୟଙ୍କ ପରିବାର ନିକଟରେ ପହଞ୍ଚିଥିଲେ । ସେଠାରେ ବେଶ ଶୋକାକୂଳ ପରିବେଶ ଭିତରେ ଉଭୟ ପରିବାରକୁ ସାନ୍ତ୍ୱନା ଦେଇଥିଲେ । କୁହ ଆଉ ଲୁହ ଭିତରେ ଯେ କେହି ଧର୍ଯ୍ୟ ଧରିବା କଷ୍ଟକର ହୋଇଥିଲା ବେଳେ ଉଭୟ ପରିବାରକୁ ଧର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ । ନିଜ ରାଜନୈତିକ ଜୀବନରେ ବିପଦ ବେଳେ ନିଜ ଲୋକଙ୍କ ସହିତ ଛିଡା ହେବାକୁ ପ୍ରାଥମିକତା ଦେଇଛନ୍ତି ଇଂ ଘଡାଇ । ସେଥିପାଇଁ ସମସ୍ତଙ୍କ ପ୍ରିୟ ମଣିଷ ହୋଇଛନ୍ତି । ଏ ନେଇ କୁହନ୍ତି ଭଗବାନ ଆମକୁ ମଣିଷ କରିଛନ୍ତି, ଆମ ପାଖରେ ମଣିଷ ପଣିଆ ରହିବା ଜରୁରୀ ।

Leave a comment

Your email address will not be published. Required fields are marked *