Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବିଜେପିକୁ ଗୋଡାଉଛି କଂଗ୍ରେସ ଭୟ, ରାହୁଲଙ୍କ ଆଗମନକୁ ଅପେକ୍ଷା

ବିଜେପିକୁ ଗୋଡାଉଛି କଂଗ୍ରେସ ଭୟ, ରାହୁଲଙ୍କ ଆଗମନକୁ ଅପେକ୍ଷା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟର ନୂଆ ବିଜେପି ସରକାରକୁ ଏକ ବର୍ଷ ପୁରିଯାଇଛି । ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସି ସରକାରକୁ ବେଶ ପ୍ରଶଂସା କରିଛନ୍ତି । ଏକ ବର୍ଷ ମଧ୍ୟରେ ସରକାର ରାଜ୍ୟରେ ପ୍ରଶଂସନୀୟ କାର୍ଯ୍ୟ କରିଛି ବୋଲି ମୋଦୀ ବେଶ ପ୍ରଶଂସା କରିଛନ୍ତି । ମୋଦୀ ନିଜ ଭାଷଣରେ ପୁରୁଣା ସରକାର ସମୟରେ ରାଜ୍ୟର ବିଭିନ୍ନ ବର୍ଗ ଅବହେଳିତ ହୋଇଥିଲେ ବୋଲି କହିଛନ୍ତି । ହେଲେ ନିଜ ଭାଷଣରେ ମୋଦୀ କିନ୍ତୁ କଂଗ୍ରେସ ଉପରେ ବେଶ ବର୍ଷିଛନ୍ତି । ରାଜ୍ୟରେ ମୁଖ୍ୟ ଵିରୋଧି ଦଳ ହେଉଛି ବିଜୁ ଜନତା ଦଳ।

ଦଳ ଗତ ୨୪ ବର୍ଷ ହେଲା ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲା । ଏବେ ମଧ୍ୟ ବିଜୁ ଜନତା ଦଳ ପ୍ରମୁଖ ଵିରୋଧି ଦଳ ହୋଇଛି ବିଧାନସଭାରେ । ଦଳର ବିଧାୟକ ସଂଖ୍ୟା ମଧ୍ୟ କମ ନୁହେଁ । ହେଲେ ମୋଦୀ କଂଗ୍ରେସକୁ ଯେଉଁ ଢଙ୍ଗରେ ଆକ୍ଷେପ କଲେ ମୁଖ୍ୟ ଵିରୋଧି ଦଳ ବିଜେଡିକୁ ସେଇ ଢଙ୍ଗରେ କାହିଁକି ଆକ୍ଷେପ କଲେ ନାହିଁ ତାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି । ରାଜ୍ୟ ଶାସନରୁ ଦୀର୍ଘ ୨୫ ବର୍ଷ ହେଲା କଂଗ୍ରେସ ମଧ୍ୟ ଦୁରେଇ ରହିଛି । କଂଗ୍ରେସର ବିଧାୟକ ସଂଖ୍ୟା ମଧ୍ୟ କମ । ହେଲେ ମୋଦୀ କାହିଁକି କଂଗ୍ରେସକୁ ତୀବ୍ର ଆକ୍ଷେପ କଲେ । ବୋଧ ହୁଏ କେନ୍ଦ୍ର ଓ ରାଜ୍ୟରେ ଶାସନ କରୁଥିବା ବିଜେପିକୁ କଂଗ୍ରେସ ଭୟ ଗୋଡାଉଛି । ଏହି ଭୟର କାରଣ ମଧ୍ୟ ରହିଛି ।

ଏକ ବର୍ଷ ମଧ୍ୟରେ ରାଜ୍ୟରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ଅତ୍ୟାଚାର ବଢିବା ସହିତ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳାରେ ବ୍ୟାପକ ଅବନତି ହୋଇଛି । ଏହାକୁ ପ୍ରମୁଖ ଅସ୍ତ୍ର କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ପୂର୍ବାପେକ୍ଷା ଅଧିକ ସଙ୍ଗଠିତ ମଧ୍ୟ ହେଉଛି । କିଛି ଦିନ ହେଲା କଂଗ୍ରେସକୁ କ୍ଷତି ପହଞ୍ଚାଇଥିବା ଗୋଷ୍ଠି କନ୍ଦଳ ଏବେ ଥମିଥିବା ଦେଖା ଯାଉଛି । ହେଲେ ପ୍ରମୁଖ ଵିରୋଧି ଦଳ ବିଜେଡି ଯେଉଁ ଢଙ୍ଗରେ ସରକାରକୁ ବିରୋଧ କରିବା କଥା ସେଭଳି ଢଙ୍ଗରେ ବିରୋଧ କରିବା ଦେଖିବାକୁ ମିଳୁନାହିଁ । କେତେ ଜଣ ହାତ ଗଣତି ବିଜେଡି ନେତାଙ୍କୁ ଛାଡି ଦେଲେ ସର୍ବାଧିକ ବିଜେଡି ନେତା ଆକ୍ରମଣାତ୍ମକ ଆଭିମୁଖ୍ୟରୁ ଦୁରେଇ ରହିଛନ୍ତି । ଏପରି ସ୍ଥଳେ କଂଗ୍ରେସ ପ୍ରଭାବୀ ଢଙ୍ଗରେ ସରକାରକୁ ବିରୋଧ କରୁଛି । ଅନ୍ୟ ପକ୍ଷରେ ଲୋକଙ୍କ ଆଶାର ବିପରୀତ ଦିଗରେ ଯାଇ ବିଜେପି ମଧ୍ୟ ବିଜେଡି ବିରୁଦ୍ଧରେ ନରମ ଆଭିମୁଖ୍ୟ ଗ୍ରହଣ କରିଛି ।

ଯାହା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଏବେ ବି ବିଗତ ଦିନର ସମ୍ପର୍କ ମଜବୁତ ଥିବା ଧାରଣା ଦୃଢ଼ ହେଉଛି । ଏପରି ସ୍ଥିତିରେ ରାଜ୍ୟରେ କଂଗ୍ରେସ ଉପରେ ଲୋକଙ୍କ ଭରସା ଫେରୁଥିବା ଆଲୋଚନା ହେଉଛି । ଗୋଟିଏ ପଟେ ଭକ୍ତଙ୍କ ନେତୃତ୍ୱରେ କଂଗ୍ରେସ ସଙ୍ଗଠିତ ହେବା, ଅନ୍ୟ ପଟେ ବିଜେଡିର ବିଜେପି ପ୍ରତି ଓ ବିଜେପିର ବିଜେଡି ପ୍ରତି ନରମ ଆଭିମୁଖ୍ୟ ଲୋକ ମତକୁ ପ୍ରଭାବିତ କରୁଛି । ଏପରି ସ୍ଥଳେ ଆସନ୍ତା ଜୁଲାଇ ମାସ ୯ ତାରିଖ ଦିନ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ କରୁଥିବା ପିସିସି ସଭାପତି ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ପରେ ରାହୁଲ ଓଡ଼ିଶା ଗସ୍ତ କରୁଥିଲା ବେଳେ ତାଙ୍କ ସହିତ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍ଗଗେ ମଧ୍ୟ ଓଡ଼ିଶା ଆସୁଛନ୍ତି ।

ରାହୁଲ ଓ ଖଡ୍ଗଗେ ବିଜେପି ପ୍ରତି କଠୋର ଆଭିମୁଖ୍ୟ ଦେଖାଇବେ ଏହା ନିଶ୍ଚିତ, ହେଲେ ବିଜେଡି ପ୍ରତି ରାହୁଲ କି ଆଭିମୁଖ୍ୟ ପ୍ରକାଶ କରିବେ ତା ଉପରେ ରାଜ୍ୟ କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ରାଜନୈତିକ ବ୍ୟକ୍ତି ମତ ଦେଇଛନ୍ତି ।

Leave a comment

Your email address will not be published. Required fields are marked *