orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ରାଜ୍ୟ > ବିଜେପିକୁ “ଜଗା” ବିପଦ ସରକାରଙ୍କ ନିଷ୍ପତି ଉପରେ ନଜର

ବିଜେପିକୁ “ଜଗା” ବିପଦ ସରକାରଙ୍କ ନିଷ୍ପତି ଉପରେ ନଜର

ଓଡ଼ିଶା ଲିଡ୍ସ( ବ୍ୟୁରୋ): ଶାସକ ବିଜେପିକୁ ଘାରିଛି ଜଗା ବିପଦ । ମହାପ୍ରଭୁ ଜଗନ୍ନାଥ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ଦଳ ଏବେ ଅସମ୍ଭବ ଚାପରେ ପଡି ସାରିଛି । ଜଗନ୍ନାଥଙ୍କ ରଥଯାତ୍ରା ବିବାଦ ନ ସରୁଣୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବିବାଦ ସରକାରର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି । ରଥରେ ଘଟିଥିବା ଅଘଟଣ ରାଜ୍ୟର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଥିଲା । ଜଗନ୍ନାଥଙ୍କ ରଥ ରଥଯାତ୍ରା ଦିନ ମାତ୍ର କେଇ ହାତ ଗଡ଼ିବା ପରେ ସିଂହଦ୍ୱାରରେ ଅଟକି ରହିଥିଲା । ଯାହାକୁ ନେଇ ତମାମ ଆଲୋଚନା ଚାଲିଥିଲା ବେଳେ ସରକାର ବେଶ ସମାଲୋଚନର ସରବ୍ୟ ହୋଇଥିଲେ । ଏହାର ଗୋଟିଏ ଦିନ ପରେ ଶରଧା ବାଲିରେ ଦଳାଚକଟା ହେବାରୁ ତିନିଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହିତ ୧୦ ଜଣ ଆହତ ହୋଇଥିଲେ । ଏହା ସରକାରଙ୍କ କାର୍ଯ୍ୟ ଧାରା ଓ ପାରିବା ପଣିଆ ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିଲା । ସରକାର ଵିରୋଧି ଦଳରୁ ନେଇ ସାଧାରଣ ଲୋକଙ୍କ ନିକଟରୁ ପ୍ରବଳ ବିରୋଧର ସମ୍ମୁଖିନ ହୋଇଥିଲେ । ରଥଯାତ୍ରା ବିଭ୍ରାଟ ପାଇଁ ଅକଳରେ ପଡିଥିବା ସରକାର ତୁରନ୍ତ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରିଥିଲା ବେଳେ ଦୁଇଜଣ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ହେଲେ ଏହା ରାଜ୍ୟବାସୀଙ୍କୁ ସନ୍ତୁଷ୍ଟ କରି ପାରିନାହିଁ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଏଭଳି ଗୁରୁତର ତ୍ରୁଟି ଯୋଗୁ ବେଶ ନିନ୍ଦିତ ହୋଇଥିଲେ ସରକାର । ଏବେବି ଏହି ବିବାଦ ଥମି ନଥିଲା ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକଙ୍କ ଆକ୍ରମଣ ପୁଣି ସରକାରକୁ ନିନ୍ଦିତ କରିବା ସହିତ ଚାପରେ ପକାଇ ଦେଇଛି । ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଘୋଷାଡି ଘୋଷାଡି ତାଙ୍କ କାର୍ଯ୍ୟାଳୟ ଭିତରୁ ବାହାରକୁ ଆଣିବା ଓ ତାଙ୍କ ମୁହଁକୁ ଗୋଇଠା ମାରିବାର ଚିତ୍ର ଦଳକୁ ମଧ୍ୟ ବିବାଦ ଭିତରକୁ ଠେଲି ଦେଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ପୋଲିସ ତୁରନ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହା ପରେ ନିଜର କଠୋର ଆଭିମୁଖ୍ୟ ଦେଖାଇ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ୫ ଜଣଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ହେଲେ ଏହି ବିବାଦ ଥମିବା ବଦଳରେ ଅଧିକ ଘନୀଭୂତ ହୋଇ ଚାଲିଛି। ଏହି ଘଟଣା ପରେ ରାଜ୍ୟ ଓଏଏସ ସଂଘ ଆନ୍ଦୋଳନକୁ ଓହ୍ଲାଇବା ନେଇ ଘୋଷଣା କରିବା ପରେ କିଛି ସମୟ ପରେ ପୁଣି ନିଷ୍ପତ୍ତିରୁ ଓହରି ଯାଇଥିଲା । ହେଲେ ପୁଣି ଏବେ ସଂଘ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି । ଫଳରେ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ଠପ ହୋଇ ଯାଇଛି । ଏହା ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି । ସରକାର ଉପରେ ଚାପ ବଢୁଥିଲା ବେଳେ ଆଜି ସଂଧ୍ୟାରେ ଜଗନ୍ନାଥ ପ୍ରଧାନ ରାଜ୍ୟ କାର୍ଯ୍ୟାଳୟକୁ ଯାଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଦୀର୍ଘ ଦୁଇ ଘଣ୍ଟା ଧରି ରୁଦ୍ଧ ଦ୍ୱାର ଆଲୋଚନା କରିଥିଲେ । ଏହି ସମୟରେ ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ । ଭିତରେ ଆଲୋଚନା ଚାଲିଥିଲା ବେଳେ ରାଜ୍ୟ କାର୍ଯ୍ୟାଳୟ ବାହାରେ ତାଙ୍କ ଶହ ଶହ ସମର୍ଥକ ମଧ୍ୟ ପହଞ୍ଚିଥିଲେ । ହଠାତ ଖାରବେଳ ନଗର ଥାନାର ସୁରକ୍ଷା ବଢ଼ାଇ ଦିଆ ଯାଇଥିଲା । ପ୍ରାୟ ଦୁଇ ଘଣ୍ଟା ଆଲୋଚନା କଲା ପରେ ଜଗନ୍ନାଥ ପ୍ରଧାନ ବାହାରକୁ ଆସି ନିଜ ପ୍ରତିକ୍ରିୟା ରଖିଥିଲେ । ରାଜ୍ୟ ସଭାପତି ମତେ ଡାକିଥିଲେ, ତାଙ୍କ ସହିତ ଆଲୋଚନା କଲି, ଏବେ ଘରକୁ ଯାଉଛି କହି ସେଠାରୁ ଚାଲି ଯାଇଥିଲେ । ଏହା ପରେ ରାଜ୍ୟ ସଭାପତି ମନମୋହନ ସାମଲ ନିଜ ପ୍ରତିକ୍ରିୟାରେ କହିଛନ୍ତି “ତାଙ୍କ ସହିତ ଆଲୋଚନା ହୋଇଛି, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର, ଏ ବିଷୟରେ ପ୍ରେସକୁ କିଛି କୁହା ଯାଇ ପାରିବ ନାହିଁ । ଯାହା ନିଷ୍ପତ୍ତି ନେବେ ସରକାର ନେବେ।” ଶ୍ରୀ ସାମଲଙ୍କ ଏହି ମନ୍ତବ୍ୟ ଘଟଣାକୁ ଅଧିକ ସସପେନ୍ସ ଭିତରକୁ ଠେଲି ଦେଇଛି । ଗୋଟିଏ ପଟେ ସଂଘ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଡି ବସିଥିଲା ବେଳେ ଜଗନ୍ନାଥଙ୍କ ପ୍ରତି ଦଳର ଆଭିମୁଖ୍ୟ କଣ ହେବ ତାହା ସ୍ପଷ୍ଟ ନ କରି ମନମୋହନ ସରକାର ନିଷ୍ପତି ନେବେ କହିବା ଦ୍ବାରା ଏବେ ସରକାର କି ପଦକ୍ଷେପ ନେବେ ତା ଉପରେ ସମସ୍ତଙ୍କ ନଜର । ପ୍ରବଳ ଚାପରେ ଥିଲା ବେଳେ ସରକାର ଯେ କୌଣସି ମୁହୂର୍ତ୍ତରେ କୌଣସି ବଡ଼ ନିଷ୍ପତି ନେଇ ପାରନ୍ତି ବୋଲି ଚର୍ଚ୍ଚା ବଢି ଚାଲିଛି । ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେବେ ନା ଦଳ ତାଙ୍କୁ ନିଲମ୍ବିତ କରିବ। ପୋଲିସ ତାଙ୍କୁ ଗିରଫ କରିବ ନା ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବେ ସେ ନେଇ ତମାମ ଆଲୋଚନା ଚାଲିଥିଲା ବେଳେ ରାଜ୍ୟ ରାଜନୀତି ବେଶ ସର ଗରମ ହୋଇ ପଡିଛି । ସରକାରଙ୍କ ଉପରେ “ଜଗା ବିପଦ”ର କଳା ବାଦଲ ଘୋଟିଥିଲା ବେଳେ ଏହି ବିପଦରୁ ସରକାର କିଭଳି ମୁକୁଳୁଛନ୍ତି ତାକୁ ଅପେକ୍ଷା ।

Leave a comment

Your email address will not be published. Required fields are marked *