ଓଡ଼ିଶା ଲିଡ୍ସ(ବ୍ୟୁରୋ):ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼ ମରାଯିବା ଘଟଣାରେ ଆଜି ଷଷ୍ଠ ଅଭିଯୁକ୍ତ ଭାବେ ଗିରଫ ହୋଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଆଜି ରାତିରେ ଜଗନ୍ନାଥ ପ୍ରଧାନ ଆତ୍ମ ସମର୍ପଣ କଟିବା ପରେ ତାଙ୍କୁ ଗିରଫ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି । ଏଫଆଇଆର ଓ ପିଡୀତଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଅପରପକ୍ଷେ ଆନ୍ଦୋଳନ କରୁଥିବା ଓଏଏସ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିବା କହିଛନ୍ତି ସଂଘ ସଭାପତି ଜ୍ୟୋତି ମିଶ୍ର । ଗିରଫ ପରେ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଛି । ଅନ୍ୟ ପକ୍ଷରେ ଏହି ଗିରଫଦାରୀ ପରେ ଜଗନ୍ନାଥଙ୍କ ହଜାର ହଜାର ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି ।
