ଓଡ଼ିଶା ଲିଡ୍ସ(ଯାଜପୁର): ବରୁଆଁ-ଯାଜପୁର ଟାଉନ ରାସ୍ତାର ଯମୁନା ନାଳରେ କୁମ୍ଭୀର ଥିବା କିଛି ଲୋକ ଦେଖିବାକୁ ପାଇଛନ୍ତି । ଅପରାହ୍ନରେ ନାଳ ମଧ୍ୟରେ ପ୍ରାୟ ୪/୫ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ପାଇଥିଲେ । ଏହି କଥା ପ୍ରଚାର ହେଲା ପରେ ଯମୁନା ପୋଲ ଉପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ମଧ୍ୟ କୁମ୍ଭୀର ଦେଖିବାକୁ ମିଳିଥିଲା ବୋଲି ଉପସ୍ଥିତ ଲୋକେ ପ୍ରକାଶ କରିଛନ୍ତି ।
