ଓଡ଼ିଶା ଲିଡ୍ସ(ଯାଜପୁର): ସାଂସଦ ପାଣ୍ଠିରୁ ନିର୍ମାଣ ହୋଇଥିବା ଲାଇଟ ଆଉ ଜଳୁନାହିଁ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଏହି ଲାଇଟ ଜଳିବା ଦ୍ୱାରା ବିଭିନ୍ନ ଛକ ସ୍ଥାନ ଆଲୋକିତ ହେବାର ବ୍ୟବସ୍ଥା ହୋଇଥିଲା । ଠିକା ସଂସ୍ଥା ଦ୍ୱାରା ଏହାର ନିର୍ମାଣ ହୋଇଥିଲା ବେଳେ ନିର୍ମାଣର ମାତ୍ର ମାସ କେତେଟା ପରେ ଏହା ଅଚଳ ହୋଇ ପଡିଛି । ଯାହାକୁ ସଜାଡ଼ିବାକୁ କେହି ଆନ୍ତରିକତା ଦେଖାଉ ନାହାନ୍ତି । ଫଳରେ ଲକ୍ଷ ଲକ୍ଷ ଟଙ୍କା ଏବେ ପାଣିରେ ପଡିଛି । ବରୀ ବ୍ଲକ ଛକରେ ଏହିଭଳି ଏକ ବିଦ୍ୟୁତ ଆଲୋକ ଖୁଣ୍ଟ ରହିଥିଲା ବେଳେ ଏବେ ଏହା ଅଚଳ ହୋଇ ପଡିଛି । ତୁରନ୍ତ ଏହାକୁ ମରାମତି କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି ।
