Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁରରେ ମନ ମୋହିଲେ ମନମୋହନ

ଯାଜପୁରରେ ମନ ମୋହିଲେ ମନମୋହନ

ଓଡ଼ିଶା ଲିଡ୍ସ(ଯାଜପୁର): କର୍ମୀଙ୍କ ପ୍ରବଳ ଉତ୍ସାହ, ବିଭିନ୍ନ ନାରା ବାଜି, ଦଳୀୟ ପତାକା ମୟ ରାସ୍ତା ଘାଟ ଓ ସଭାମଞ୍ଚ ଏହାରି ଭିତରେ ଆଜି ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସରକାର ପ୍ରମୁଖ ବିନ୍ଧାଣି, ରାଜ୍ୟ ବିଜେପିର ସର୍ବମାନ୍ୟ ତଥା ଲୋକପ୍ରିୟ ନେତା ଓ ସଭାପତି ମନମୋହନ ସାମଲ । ଗସ୍ତ ଅବସରରେ ଜିଲ୍ଲାବାସୀଙ୍କ ମନ ଜିତିଛନ୍ତି ମନମୋହନ । କେବଳ ମନ ଜିତି ନାହାନ୍ତି ନିଜ ଓଜସ୍ୱିନୀ ଭାଷଣରେ ହଜାର ହଜାର କର୍ମୀଙ୍କ ମନରେ ବିଶ୍ୱାସ, ଭରସା ଓ ଉତ୍ସାହ ବି ଭରି ଦେଇଛନ୍ତି । ଏହା ସହିତ ପ୍ରତିଶୃତି ଦେଇଛନ୍ତି ଓଡ଼ିଶା ଯେମିତି ପ୍ରତିଶୃତି ଓ ସମ୍ଭାବନାର ରାଜ୍ୟ ଯାଜପୁର ସେମିତି ସମ୍ଭାବନାର ଜିଲ୍ଲା । ଆଗକୁ ରାଜ୍ୟର ବିକାଶ ସହିତ ଜିଲ୍ଲାର ବିକାଶ ହେବ । ଖଣିଜ ସମ୍ପଦରେ ପରିପୂର୍ଣ୍ଣ, ଜଳ ଉତ୍ସରେ ପରିପୂର୍ଣ୍ଣ ଏହି ଜିଲ୍ଲାର ବିକାଶ ବିଜେପି ସରକାର ସମୟରେ ହେବ । ଯାହା ସ୍ୱାଧୀନତା ପରେ ସମ୍ଭବ ହୋଇ ନାହିଁ ବିଜେପି ସରକାରର ଆଗାମି ୫ ବର୍ଷ ମଧ୍ୟରେ ସମ୍ଭବ ହେବ । ରାଜନୀତିରେ ଗର୍ବ ଅହଂକାର କାହାର ରହି ନାହିଁ । ଭଗବାନ କାହାର ଗର୍ବ ଅହଂକାରକୁ ରଖି ନାହାନ୍ତି । ଯେଉଁ ମାନେ ଲୋକମାନଙ୍କୁ ପୋକ ମାଛି ପରି ବ୍ୟବହାର କରୁଥିଲେ ସେମାନଙ୍କୁ ଲୋକମାନେ ଆଜି ଦୁରେଇ ଦେଇଛନ୍ତି । ରାଜନୀତି ଶ୍ରଦ୍ଧା ଓ ସମ୍ମାନକୁ ନେଇ କରାଯାଏ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶର ବିକାଶ ସହିତ ରାଜ୍ୟର ବିକାଶ ପ୍ରତି ମଧ୍ୟ ପ୍ରତିଶୃତି ବଦ୍ଧ । ଯାଜପୁର ଜିଲ୍ଲା ଗତ ନିର୍ବାଚନରେ ବିଜେପିକୁ ଯେଭଳି ସମର୍ଥନ ଦେଇଛି ଜିଲ୍ଳାବାସୀଙ୍କୁ ଯେତେ ଧନ୍ୟବାଦ ଦେଲେ କମ ହେବ । ଆପଣଙ୍କୁ ଧନ୍ୟବାଦ ଦେବାକୁ ବିଳମ୍ବରେ ଆସିଥିବାରୁ କ୍ଷମା ମାଗୁଛି ବୋଲି କହି ନିଜ ବଡ଼ପଣ ଦେଖାଇଥିଲେ ମନମୋହନ ।

ଆଜି ଧର୍ମଶାଳା ମହୋତ୍ସବ ପଡ଼ିଆରେ ଆୟୋଜିତ ବିଶାଳ ମିଶ୍ରଣ ପର୍ବରେ ଯୋଗଦେଇ ଏହିଭଳି କିଛି ବକ୍ତବ୍ୟ ଦେଇଥିଲେ ରାଜ୍ୟ ବିଜେପିର ମୁରବି ମନମୋହନ ସାମଲ । ଜିଲ୍ଲାର ଦ୍ୱାର ବଡ଼ଚଣା ଠାରେ ପ୍ରଥମେ ତାଙ୍କୁ ସ୍ବାଗତ କରାଯାଇଥିଲା । ସେଠାରୁ ବିଶାଳ କାର ଓ ବାଇକ ରାଲିରେ ଧର୍ମଶାଳା ମହୋତ୍ସବ ପଡ଼ିଆକୁ ପାଛୋଟି ଅଣା ଯାଇଥିଲା । ସଭା ମଞ୍ଚରେ ଜିଲ୍ଲା ସଭାନେତ୍ରୀ ଦେବଜାନୀ ପ୍ରଧାନ, ସାଂସଦ ରବୀନ୍ଦ୍ର ବେହେରା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଜିଲ୍ଲାର ବରିଷ୍ଠ ନେତା ଗୌତମ ରାୟଙ୍କ ସହିତ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ । ସଭାରେ ବହୁ ବିଜେଡି ନେତା ଓ କର୍ମୀ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସଭାପତି ଦଳକୁ ସ୍ୱାଗତ କରିଥିଲେ । ଏହା ପରେ ଶ୍ରୀ ସାମଲ କୋରେଇ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ଆଜି ରାତିରେ ବ୍ୟାସନଗର ଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ଥିଲା ବେଳେ ସେଠାରେ ଜିଲ୍ଲାର ସମସ୍ତ ନେତୃବୃନ୍ଦଙ୍କ ସହିତ ଦଳୀୟ ସଂଗଠନ ବିଷୟରେ ଆଲୋଚନା ହେବ ବୋଲି ମଧ୍ୟ ଜଣା ଯାଇଛି । ଆସନ୍ତା କାଲି ମଧ୍ୟ ଯାଜପୁର ଜିଲ୍ଲାର ଅନ୍ୟ କିଛି ନିର୍ବାଚନ ମଣ୍ଡଳୀଙ୍କୁ ଶ୍ରୀ ସାମଲଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ।

Leave a comment

Your email address will not be published. Required fields are marked *