ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଦ୍ଵିତୀୟ ଦିନରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିଛନ୍ତି । ଜିଲ୍ଲାର ବିଧାୟକ ଓ ବରିଷ୍ଠ ନେତା ଓ ନେତ୍ରୀଙ୍କ ଗହଣରେ ମନ୍ଦିରକୁ ଯାଇ ମାଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସେ ରାଜ୍ୟର ଉନ୍ନତି ସହିତ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ପାଇଁ କାମନା କରିଥିଲେ।
